ସ୍ତ୍ରୀକୁ କରୋନା ହୋଇଥିବାର ଜାଣି ହୃଦଘାତରେ ମୃତ୍ୟୁବରଣ କଲେ ସ୍ବାମୀ
ସ୍ତ୍ରୀକୁ କରୋନା ହୋଇଥିବାର ଜାଣି ହୃଦଘାତରେ ମୃତ୍ୟୁବରଣ କଲେ ସ୍ବାମୀ
admin
Aug 11, 2020 - 11:40
Updated: Aug 11, 2020 - 11:40
ମୁଜାଫରପୁର : ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍ରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବିହାରର ମୁଜାଫରପୁରରେ ଜଣେ ପତ୍ନୀଙ୍କର କରୋନା ପଜିଟିଭ୍ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍ର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗ୍ରାମବାସୀମାନେ ଶବକୁ ଆମ୍ବୁଲାନ୍ସରେ ବାହାର କରିବାକୁ ଅନୁମତି ଦେଇନଥିଲେ । ଏହା ପରେ ପ୍ରଶାସନ ସ୍ଥାନୀୟ ଅଧିକାରୀ ଓ ମୁଖିଆଙ୍କ ସହିତ ଯୋଗାଯୋଗ କରି ଜେସିବି ଦ୍ବାରା ଶବକୁ ଅନ୍ତିମ ସଂସ୍କାର କରାଯାଇଥିଲା ।
ମୃତକଙ୍କ ସ୍ତ୍ରୀଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନସାରେ ମୁଜାଫରପୁରର ସରୈୟାର ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ତ୍ରୀ କରୋନା ପଜିଟିଭ୍ ହୋଇଛନ୍ତି । କରୋନା ପଜିଟିଭ୍ ଶୁଣିବା ପରେ ସ୍ବାମୀଙ୍କର ହାର୍ଟ ଆଟାର୍କରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସରୈୟା ପ୍ରଖଣ୍ଡର ଆନନ୍ଦପୁର ଗୋଙ୍ଗଲିଆ ଗ୍ରାମ ନିବାସୀ ମୂରଲୀଧର ଠାକୁର୍ । ମୃତକଙ୍କ ପତ୍ନୀ କରୋନା ପଜିଟିଭ୍ ହୋଇଥିବାବେଳେ ମୃତକ ଜଣକ ରିପୋର୍ଟ ନେଗେଟିଭ୍ ଥିଲା । ସ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଶୁଣିବା ପରେ ସ୍ବାମୀଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡି ଯାଇଥିଲା । ତୁରନ୍ତୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।