ଘନ କେଶ ପାଇଁ ସରଳ ଉପାୟ

ଘନ କେଶ ପାଇଁ ସରଳ ଉପାୟ

ନଡିଆ ତେଲ କେଶ ପାଇଁ ଖୁବ ଉପକାରୀ । ରୂପି ଦୂର ପାଇଁ ନଡିଆ ତେଲରେ ଲେମ୍ବୁ ରସ ମିଶାଇ ୧୦ ରୁ ୧୫ ମିନିଟ୍‍ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ । ଏହା ରୂପି ସମସ୍ୟାକୁ ଦୂର କରିଥାଏ ।କେଶରୁ ରୂପି ସମସ୍ୟାକୁ ଦୂର ପାଇଁ ଦହି ମଧ୍ୟ ବେଶ ଉପକାରୀ ।

ଦହିକୁ କେଶ ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ । ୨୦ ରୁ ୨୫ ମିନିଟ ଯାଏଁ କେଶରେ ଲଗାଇ ରଖି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ରୂପି ଦୂର ହୋଇଥାଏ । ଏହାସହ କେଶ ରେଶମୀ ମଧ୍ୟ ହୋଇଥାଏ । ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଫଙ୍ଗଲ୍‍ ଗୁଣ ରହିଛି । ଏହା କେଶରୁ ରୂପି ଦୂର କରିବାକୁ ବେଶ ସହାୟକ ହୋଇଥାଏ । ଘିକୁଆଁରୀ ରସକୁ କେଶ ମୂଳରେ ଲଗାଇ ୧୫ ରୁ ୨୦ ମିନିଟ୍‍ ଯାଏଁ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।

ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ। ଆବଶ୍ୟକ ସାମଗ୍ରୀ – ୧ ଚାମଚ ଅଲିଭ ଅଏଲ, ୧କପ ଦହି, ୧ ଚାମଚ ଲେମ୍ବୁ ରସ, ୨ କପ ପାଣି

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ। ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ। ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ।