ଏହି କାରଣ ପାଇଁ ମୁହଁରେ ଉଠିଥାଏ ବ୍ରଣ, ବଦଳାନ୍ତୁ ନିଜର ଅଭ୍ୟାସ

ଏହି କାରଣ ପାଇଁ ମୁହଁରେ ଉଠିଥାଏ ବ୍ରଣ, ବଦଳାନ୍ତୁ ନିଜର ଅଭ୍ୟାସ

ସାଧାରଣତଃ ଖରାଦିନରେ ତ୍ଵଚାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ନଚେତ୍‌ ଚେହେରା ଖରାପ ହୋଇଯାଏ । କିନ୍ତୁ ଅନେକ ଥର, ସଠିକ୍ ରୁଟିନ୍‌ ଫଲୋ ନ କରିବା ଫଳରେ ମୁହଁରେ ବ୍ରଣ ହୋଇଥାଏ । ଯେଉଁଥିପାଇଁ ଅସୁନ୍ଦରତା ଲାଗେ । ଧିରେ ଧିରେ ମୁହଁରେ ବ୍ରଣ ବଢିବାରେ ଲାଗେ । ଏହାର ଅର୍ଥ ହେଉଛି କିଛି ଭୁଲ୍‌ ଯୋଗୁଁ ଏହି ସବୁ ଘଟିଥାଏ । ତେବେ ମୁହଁରୁ ବ୍ରଣକୁ କିପରି ମୁକ୍ତି ମିଳିବ ଆସନ୍ତୁ ଜାଣିବା ।

ଭୁଲ୍‌ ସ୍କିନ୍‌ କେଆର ବ୍ୟବହାର କରିବା- ସ୍କିନ୍‌ରେ ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ, ଆପଣଙ୍କ ତ୍ୱଚା ତେଲିଆ, ଶୁଷ୍କ କିମ୍ବା ସାଧାରଣ କି ନୁହେଁ ତାହା ଜାଣିବା ଜରୁରୀ । ଯଦି ଆପଣ ଚର୍ମ ଅନୁଯାୟୀ ଭୁଲ ପ୍ରଡକ୍ଟ ବ୍ୟବହାର କରନ୍ତି। ତେବେ ଆପଣ ତ୍ଵଚାକୁ କ୍ଷତି ପହଞ୍ଚାଉଛନ୍ତି ଏବଂ ଏଥିରୁ ବ୍ରଣ ବାହାରିବା ଆରମ୍ଭ କରେ ।

କ୍ଷତିକାରକ ମେକଅପ୍ – ମେକଅପ୍ ଏଥିପାଇଁ ବ୍ୟବହାର କରାଯାଏ କାହିଁକି ନା ତ୍ଵଚାର ସୁନ୍ଦରତା ଲାଗିବା ପାଇଁ । କିନ୍ତୁ କିଛି ମେକ୍‌ଅପ ପ୍ରଡକ୍ଟସ୍‌ରେ ରାସାୟନିକ ପରିମାଣ ବହୁତ ଅଧିକ ଥାଏ। ଏହା ବ୍ୟତୀତ, ଦୀର୍ଘ ସମୟ ଧରି ମେକଅପ୍ ରଖିବା ଦ୍ୱାରା ଚେହେରା ଅମ୍ଳଜାନ ପାଇ ନଥାଏ ଏବଂ ପିମ୍ପଲ୍ ବାହାରକୁ ଆସିବା ଆରମ୍ଭ କରେ।

ମୁହଁରେ ଭୁଲ କ୍ଲିଜର୍ ବ୍ୟବହାର କରିବା-ସଠିକ୍ କ୍ଲିଜର୍ ବାଛିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,। ନଚେତ୍ ତ୍ବଚା ବା ସ୍କିନ୍‌ ଖରାପ ହୋଇଯାଏ । ଏଥିପାଇଁ ସଠିକ୍‌ କ୍ଲିନଜର ବ୍ୟବହାର କରିବା ଉଚିତ୍‌ । ଯଦି ଆପଣ ଯେକୌଣସି କ୍ଲିନଜର ଆଣି ବ୍ୟବହାର କରିବେ ସ୍କିନ୍‌ ଖରାପ ହେବା ସହ ବ୍ରଣ ବାହାରିବା ଆରମ୍ଭ ହୋଇଥାଏ ।

କେବଳ ୱାଇପ୍ସ ସହିତ ମେକ୍ଅପ୍ ଛଢାଇବା-କେବଳ ମେକଅପ୍ ଛଢାଇବା ପାଇଁ ୱାଇପ୍ ବ୍ୟବହାର କରିବା ଭୁଲ୍ ନୁହେଁ। କିନ୍ତୁ ଏହାକୁ ବ୍ୟବହାର କରିବା ପରେ ଫେସ୍ ୱାଶ୍ ପ୍ରଡକ୍ଟ ମଧ୍ୟ ବ୍ୟବହାର କରାଯିବା ଉଚିତ। ଏହା ଚେହେରାରେ ସମସ୍ତ ପ୍ରକାରର ରାସାୟନିକ ପଦାର୍ଥକୁ ବାହାର କରିଥାଏ ।