ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵରରେ ୩୭.୨ ଡିଗ୍ରୀ

ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵରରେ ୩୭.୨ ଡିଗ୍ରୀ

ଭୁବନେଶ୍ଵର : ସାରା ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ଵଲପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ହୀରାକୁଦରେ ୪୧ ଡିଗ୍ରୀ, କେନ୍ଦୁଝରରେ ୩୮.୨ ଡିଗ୍ରୀ, ଭୁବନେଶ୍ଵରରେ ୩୭.୨ ଡିଗ୍ରୀ, ଗୋପାଳପୁରରେ ୩୫.୬ ଡିଗ୍ରୀ, ବାଲେଶ୍ଵରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ଚାନ୍ଦବାଲିରେ ୩୩.୨ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସୂଚନାନୁଯାୟୀ, ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି। । ଆଗକୁ ଅସମ୍ଭାଳ ତାତି ଓ ପ୍ରବଳ ଗୁଳୁଗୁଳି ହେବ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।