ଗଜ ଆତଙ୍କ, ବୃଦ୍ଧା ମୃତ

ଅନୁଗୁଳ: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ହେଲେ କନ୍ତମେଘ ଗାଁର ୭୦ ବର୍ଷ ବୟସ୍କ ରାମ ସାହୁ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ୪ଟା ସମୟରେ ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗାଁର ୭୦ବର୍ଷ ବୟସ୍କ ରାମ ସାହୁ ଶୌଚ ହେବାକୁ ଗାଁ ପାଖରେ ଥିବା ନାଳ ନିକଟକୁ ଯାଇଥିଲେ । ଶୌଚ ହୋଇ ଫେରୁଥିବା ସମୟରେ ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ତାଙ୍କୁ ସେହି ସ୍ଥାନରେ ହିଁ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ମଙ୍ଗଳବାର ସକାଳେ ଗ୍ରାମର ଅନ୍ୟ କିଛି ଲୋକ ସେହି ନାଳ ନିକଟକୁ ଶୌଚ ହେବାକୁ ଯାଇଥିବା ବେଳେ ରାମ ରାମଙ୍କର ମୃତଦେହ ଦେଖି ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇଥିଲେ । ପରେ ବନ୍ତଳା ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ ।