ଏମିତି ଭଲ ହେବ ଶୁଖିଲା କାଶ

ଏମିତି ଭଲ ହେବ ଶୁଖିଲା କାଶ

ଲଗାତର ଶୁଖିଲା କାଶ ହେଉଥିଲେ ପିଲାଙ୍କୁ ମହୁ ଖାଇବାକୁ ଦିଅନ୍ତୁ । ପ୍ରତିଦିନ ଉଷୁମ ପାଣିରେ ମହୁ ଖାଇଲେ କିଛିଦିନ ପରେ କାଶ ଭଲ ହୋଇଯିବ ।

ଶୁଖିଲା କାଶ ଦୂର କରିବା ପାଇଁ ହଳଦୀ ଅତ୍ୟନ୍ତ ଉପକାରୀ । କ୍ଷୀର କିମ୍ବା ଉଷୁମ ପାଣିରେ ହଳଦୀଗୁଣ୍ଡ, ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ । 

ଅଦା ମଧ୍ୟ କାଶ ଭଲ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ । ଅଦା ଚା’ ତିଆରି କରି ସେଥିରେ ମହୁ ମିଶାଇ ପିଇଲେ କାଶ ସମସ୍ୟା ଦୂର ହୋଇଥାଏ । ତେବେ ପିଲାମାନଙ୍କୁ ଅଦା ଓ ମିଶ୍ରି ମିଶାଇ ଧୀରେ ଧୀରେ ଚୋବାଇ ଖାଇଲେ ମଧ୍ୟ କାଶ କମ ହୁଏ ।

ପିପଳି ଗୁଣ୍ଡକୁ ମହୁ ସହ ମିଶାଇ ପ୍ରତିଦିନ ପିଇଲେ ଶୁଖିଲା କାଶ ଭଲ ହୋଇଯିବ ।