ଏହି ସ୍ୱପ୍ନ ଦେଖିଲେ ମିଳିବ ଶୁଭ ଫଳ
ସ୍ୱପ୍ନରେ ଧଳା ହାତୀ ଦେଖିବା ଶୁଭଦାୟକ ହୋଇଥାଏ । ଏହାର ଅର୍ଥ ଭବିଷ୍ୟତରେ ଧନ ପ୍ରାପ୍ତି ହେବ । ଚାକିରି ଓ ବ୍ୟବସାୟରେ ବଡ଼ ଧରଣର ସଫଳା ମିଳିପାରେ । ସ୍ୱପ୍ନରେ ଜଣେ ଯଦି ନିଜକୁ ଘୋଡ଼ା ଉପରେ ଚଢ଼ୁଥିବାର ଦେଖନ୍ତି ତେବେ ଭବିଷ୍ୟତରେ ତାଙ୍କ କୌଣସି ବଡ଼ ଇଚ୍ଛା ପୂର୍ଣ୍ଣ ହୋଇପାରେ । ସ୍ୱପ୍ନରେ ଯଦି ଜଣେ ଘୋଡ଼ା ଉପରୁ ତଳେ ପଡ଼ିଯିବାର ଦେଖନ୍ତି, ମାନହାନି, ଆର୍ଥିକ କ୍ଷତିକୁ ସୂଚାଇଥାଏ । ସ୍ୱପ୍ନରେ ବର୍ଷା ହେବାର ଦେଖିବା ଅତ୍ୟନ୍ତ ଶୁଭଦାୟକ । ଏହା ଜୀବନରେ ଖୁସି ଆଣିଥାଏ । ଭଲ ଜୀବନସାଥୀ ମଧ୍ୟ ମିଳିପାରେ । ଯଦିଓ ସ୍ୱପ୍ନରେ ରକ୍ତାକ୍ତ ସଂଘର୍ଷ ଦେଖି ଡର ଲାଗେ, କିନ୍ତୁ ଏହା ଭବିଷ୍ୟତରେ ଧନ ସମ୍ପତ୍ତି ବୃଦ୍ଧି ପାଇବାକୁ ସୂଚାଇଥାଏ । ଯଦି ଜଣେ ସ୍ୱପ୍ନରେ ଫୁଳଫୁଲ ପରିପୂର୍ଣ୍ଣ ଏକ ଗଛ ଉପରେ ଚଢ଼ୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ।




admin 