ଦ୍ଵୀପ ଶିଖାରୁ ଜାଣନ୍ତୁ ଶୁଭ ସଂକେତ

ଦ୍ଵୀପ ଶିଖାରୁ ଜାଣନ୍ତୁ ଶୁଭ ସଂକେତ

ଦୀପଶିଖାରୁ ଶୁଭାଶୁଭ ସଙ୍କେତ

ଠାକୁରଙ୍କ ଉଦ୍ଦେଶ୍ୟରେ ଆମେ ଦୀପ ଜାଳିଥାଉ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରଜ୍ୱଳିତ ଦୀପରୁ ଅନେକ ସଙ୍କେତ ମିଳିଥାଏ । ଯେଉଁଥିରୁ ଶୁଭାଶୁଭ ନିର୍ଣ୍ଣୟ କରି ହୁଏ । ଏବେ ଜାଣିବା ଦୀପ ଶିଖା ଜୋର୍‌ରେ ଜଳିବା କେଉଁ ସଙ୍କେତ ଦେଇଥାଏ । 

ଦୀପ ଲିଭିବା ସମୟରେ ହିଁ ଏହାର ଶିଖା ପ୍ରଖର ଥାଏ । ଏଭଳି କ୍ଷେତ୍ରରେ ଶିଖା ଉପରକୁ ଉଠିବା ସାଧାରଣ କଥା । ଯଦି ଦୀପ ଶିଖା ଉପରୁ ଜୋରରେ ଜଳେ, ଏଥିରୁ ଜଣାପଡେ଼ ଏହା ଦ୍ୱାରା ଠାକୁର ପ୍ରସନ୍ନ ଅଛନ୍ତି ଓ ଦାତାଙ୍କ କୃପା ପ୍ରାପ୍ତି ହୁଏ । ଭଗବାନ ପୂଜା ସ୍ୱୀକାର କରିଛନ୍ତି ବୋଲି ବିଶ୍ୱାସ ଆସେ । ଏହାସହ ଘରର ନକାରାତ୍ମକ ଶକ୍ତି ଧୀରେ ଧୀରେ ଦୂର ହୋଇ ସକାରାତ୍ମକ ଶକ୍ତି ସଞ୍ଚାର ହୁଏ । ଏପରିକି ଘରେ କୌଣସି ବାସ୍ତୁ ଦୋଷ ନ ଥିବା ମଧ୍ୟ ଏଥିରୁ ସଙ୍କେତ ମିଳିଥାଏ ।