ଏହି ସମୟରେ ଦାନ୍ତ ଘଷନ୍ତୁ ନାହିଁ

ଏହି ସମୟରେ ଦାନ୍ତ ଘଷନ୍ତୁ ନାହିଁ

ଦାନ୍ତର ସ୍ୱାସ୍ଥ୍ୟ ପାଇଁ ଦାନ୍ତ ଘଷିବା ନିହାତି ଆବଶ୍ୟକ । ତେବେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦାନ୍ତ ଘଷିବା କ୍ଷତିକାରକ ହୋଇଥାଏ ।

ଖାଇ ସାରି ସଙ୍ଗେ ସଙ୍ଗେ ଦାନ୍ତ ଘଷିବାକୁ ଦନ୍ତ ବିଶେଷଜ୍ଞମାନେ ବାରଣ କରିଥାନ୍ତି । କାରଣ ଖାଇବା ଫଳରେ ଦାନ୍ତଗୁଡ଼ିକ ଅମ୍ଳୀୟ ହୋଇଯାଇଥାଏ । ସେହି ସମୟରେ ଦାନ୍ତ ଘଷିଲେ ଦାନ୍ତରୁ ଅଧିକ ପରିମାଣର ଏନାମେଲ୍‌ ଛାଡ଼ିଯାଇଥାଏ । ଖାଇବାର ଅତି କମ୍‌ରେ ଅଧଘଂଟା ପରେ ଦାନ୍ତ ଘଷିବା ଉଚିତ ।

ବାନ୍ତି କରିବା ପରେ ମଧ୍ୟ ଦାନ୍ତ ଘଷିବା ଅନୁଚିତ । କାରଣ ବାନ୍ତି ବେଳେ ପାକସ୍ଥଳୀରୁ ଦନ୍ତ କ୍ଷୟକରୀ ଅମ୍ଳ ନିର୍ଗତ ହୋଇଥାଏ । ତେଣୁ ହଠାତ୍‌ ଦାନ୍ତ ଘଷିବା ଦ୍ୱାରା ତାହା ଦାନ୍ତ ସାରା ଖେଳାଇ ହୋଇଯିବା ସହ ଏନାମେଲ୍‌ କ୍ଷୟର କାରଣ ସାଜିବ ।