ସୁପର୍ ଫୁଡ୍ ଅଁଳାରେ ରହିଛି ଓଷଧୀୟ ଗୁଣ
ଅଁଳାରେ ଭରି ରହିଛି ଅନେକ ଉପକାରୀ ଓ ଔଷଧୀୟ ଗୁଣ । ଯାହା ଆମକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ । ତେଣୁ ଆୟୁର୍ବେଦରେ ଅଁଳାକୁ ପ୍ରକୃତିର ବରଦାନ ବୋଲି କୁହାଯାଏ । ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ଆଣ୍ଟି ଅକ୍ସିଡାଣ୍ଟ ଭଳି ଗୁଣକାରୀ ତତ୍ୱରେ ଭରା ଅଁଳାରୁ ପ୍ରତିଦିନ ଗୋଟିଏ ଲେଖାଏଁ ଖାଲି ପେଟରେ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ବିଭିନ୍ନ ବ୍ୟାକ୍ଟେରିଆ ସହିତ ଲଢିବାକୁ ଆମକୁ ଶକ୍ତି ମିଳିଥାଏ । ହଜମ କ୍ରିୟାକୁ ସକ୍ରିୟ କରିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ମାଂସପେଶୀ ଓ ଅସ୍ଥିକୁ ମଜଭୁତ୍ କରିବାରେ ବି ଅଁଳା ଉପକାରୀ । ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ଅଁଳା ଅନେକ ଉପକାରୀ । ପ୍ରତିଦିନ ଅଁଳା ଖାଇଲେ ତ୍ୱଚାରେ ଚମକ୍ ଆସେ, କେଶ ଘନ, କଳା ଓ ଲମ୍ବା ହୋଇଥାଏ । d




admin 