ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ, ଆଗରେ ଝିଅ

ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ, ଆଗରେ ଝିଅ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ଗଣଶିକ୍ଷାମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି । ବିଜ୍ଞାନରେ ୭୬ହଜାର ୬୦୪ ପିଲା ପରୀକ୍ଷା ଦେଇଥିବାବେଳେ  ପାସ୍ କରିଛନ୍ତି ୭୨ହଜାର ୧୦୬ଜଣ । ୪୫ହଜାର ୫୮୭ ବାଳକ ପାସ୍ କରିଥିବାବେଳେ ପାସ୍ ହାର ରହିଛି୯୩.୮୦ । ସେହିପରି ୩୨ହଜାର ୫୧୯ଜଣ ବାଳିକା ପାସ୍ କରିଥିବାବେଳେ ପାସ୍ ହାର ରହିଛି ୯୪.୫୨% । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୯୧୦ଜଣ ପାସ୍ କରିଛନ୍ତି । ଏହାସହିତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୨୨୪ଜଣ ଛାତ୍ରଛାତ୍ରୀ  । ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍ କରିଛନ୍ତି ।   ନୟାଗଡ ଜିଲ୍ଲାରେ  ସର୍ବାଧିକ ୯୯.୧୧% ଓ କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପ୍ରତିଶତ ପାସ୍ ହାର ରହିଛି । 

ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୩ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ଦେଇଥିଲେ । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ୍ ପରୀକ୍ଷା ପରେ ଏଥର ଅଫଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ । ଆସନ୍ତି ଅଗଷ୍ଟ ୮ରେ ଯୁକ୍ତ୨ କଳା ରେଜଲ୍ଟ ପ୍ରକାଶ ପାଇବ ।