ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ

ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ

 ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ
ଭୁବନେଶ୍ୱର: ଭୁବନେଶ୍ୱରରୁ ନୟାଗଡ଼ ଗଡ଼ିଲା ସେବା ଏକ୍ସପ୍ରେସ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଉଦଘାଟନ କରିଛନ୍ତି । ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡ. ହର୍ଷବର୍ଦ୍ଧନ ଉପସ୍ଥିତ ଅଛନ୍ତି । ଅପରପକ୍ଷେ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ ଓ ଏସ୍‌ଏସ୍‌ଇପିଡି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସେବା ଏକ୍ସପ୍ରେସ୍ ଭୁବନେଶ୍ୱରଠାରୁ ପ୍ରତିଦିନ ସନ୍ଧ୍ୟା ୬ଘ.୪୦ମି.ରେ ଛାଡି ନୟାଗଡ଼ ଟାଉନ ଠାରେ ରାତି ୮ଘ.୪୫ମି.ରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ ନୟାଗଡ଼ ଟାଉନଠାରୁ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ ଟା ସମୟରେ ପହଞ୍ଚିବ। ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତ୍ତନ କରାଯଇଛି।