ବରଫ ମଧ୍ୟରେ ଫସି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର

ବରଫ ମଧ୍ୟରେ ଫସି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର

 ବରଫ ମଧ୍ୟରେ ଫସି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର
ସିମଲା: ହିମାଚଳ ପ୍ରଦେଶରେ କ୍ରମାଗତ ଭାବେ ତାପମାତ୍ରା ହ୍ରାସ ପାଇବା ଫଳରେ ବରଫପାତ ହୋଇଛି । ରୋହତାଙ୍ଗ ନିକଟସ୍ଥ ଅଟଳ ଟନେଲରେ ବରଫ ମଧ୍ୟରେ ଫସି ରହିଥିବା ୩୦୦ ପର୍ଯ୍ୟଟକଙ୍କୁ ହିମାଚଳ ପୁଲିସ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିଛି । ଗତ ଶନିବାର ସକାଳେ ପର୍ଯ୍ୟଟକମାନେ ଅଟଳ ଟନେଲ ଅତିକ୍ରମ କରି ଯାଇଥିଲେ । ମାତ୍ର ସନ୍ଧ୍ୟାରେ ସେମାନେ କେଉଁଠି ବିଶ୍ରାମ ନେବାକୁ ସ୍ଥାନ ପାଇନଥିଲେ । ଅତ୍ୟଧିକ ମାତ୍ରାରେ ତୁଷାରପାତ ଯୋଗୁଁ ପର୍ଯ୍ୟଟକମାନେ ଟନେଲ ମଧ୍ୟରେ ଫସି ଯାଇଥିଲେ । ସେମାନେ ମନାଲିକୁ ଫେରିବା ବାଟରେ ଅଟକି ରହିଥିଲେ ଏବଂ ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରାଯାଇଛି ବୋଲି କୁଲ୍ଲୁ ଏସପି ଗୌରବ ସିଂହ ସୂଚନା ଦେଇଛନ୍ତି । ତୁଷାରପାତ ଯୋଗୁଁ ପର୍ଯ୍ୟଟକଙ୍କ ଯାନବାହାନ ରାସ୍ତା ମଧ୍ୟରେ ଫସି ରହିଥିଲା । ପାଖାପାଖି ୭୦ଟି ଯାନ ବରଫ ମଧ୍ୟରେ ଫସି ରହିଥିଲା । ରାତିତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଶେଷରେ ବରଫ ମଧ୍ୟରେ ପୋତି ହୋଇଯାଇଥିବା ଯାନଗୁଡ଼ିକରେ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା ।