ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ
ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ
admin
Jan 4, 2021 - 10:20
Updated: Jan 4, 2021 - 10:20
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଚୀନ ଓ ଜାପାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଜାପାନ ଉଦ୍ୟମ ଜାରି କରିଥିଲା । ତେବେ ଏହାର ଫଳସ୍ୱରୂପ ଜାପାନ ଏବେ ବିଶ୍ୱର ସବୁଠୁ ଘାତକ ଯୁଦ୍ଧ ବିମାନ ନିର୍ମାଣ କରିପାରିବା ଘଟଣା ହିଁ ଚୀନ ସମେତ ବିଶ୍ୱସ୍ତରୀୟ ସାମରିକ ବିଶେଷଜ୍ଞ ଓ କୂଟନୀତିଜ୍ଞମାନଙ୍କୁ ବିସ୍ମିତ କରିଛି । ଆମେରିକାର ପ୍ରସିଦ୍ଧ ଶସ୍ତ୍ରନିର୍ମାତା ଲକହିଡ ମାର୍ଟିନ ଦ୍ୱାରା ଏହି ଏଫ-ଏକ୍ସ ନାମକ ଯୁଦ୍ଧ ବିମାନ ନିର୍ମିତ ହୋଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ନିର୍ମିତ ହୋଇଥିବା ଯେ କୌଣସି ଯୁଦ୍ଧ ବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଶ୍ରେଷ୍ଠ ବୋଲି ବିଚାର କରାଯାଉଛି । ଏହା ଏକା ସାଙ୍ଗରେ ୬ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିପାରିବ । ଏପରିକି କୌଣସି ଯୁଦ୍ଧ ସମୟରେ ଏହା ଆମେରିକା ଓ ଜାପାନ ସେନା ମଧ୍ୟରେ ସୂଚନା ଆଦାନ ପ୍ରଦାନ କରିପାରିବ ବୋଲି କୁହାଯାଉଛି ।