ଚାକିରୀ ପାଇଁ ପିଲାକୁ ମାରିଦେଲେ ବାପା ମା’

ଚାକିରୀ ପାଇଁ ପିଲାକୁ ମାରିଦେଲେ ବାପା ମା’

 ଚାକିରୀ ପାଇଁ ପିଲାକୁ ମାରିଦେଲେ ବାପା ମା’


ବିକାନେର : ପିଲା ପାଇଁ ମା’ ବାପା ସବୁ କିଛି ତ୍ୟାଗ କରନ୍ତି  । ନିଜେ ଉପାସରେ ରହି ପିଲା ପେଟରେ ଆହାର ଦିଅନ୍ତି  । କିନ୍ତୁ ରାଜସ୍ଥାନର ଏଇ ବାପାମା’ଙ୍କ କଥା ଜାଣିଲେ ଆପଣ ଚକିତ ହୋଇଯିବେ  । ଚାକିରୀକୁ ବଂଚାଇବା ପାଇଁ ସେମାନେ ନିଜ ପିଲାକୁ ମାରିଦେଇଛନ୍ତି  ।

ଏହି ଦୁଇ ଦମ୍ପତିଙ୍କ ନାମ ହେଉଛି, ଝୱରଲାଲ ଓ ଗୀତା ଦେବୀ  । ଗୀତା ଗୋଟିଏ ବେସରକାରୀ କମ୍ପାନୀରେ ଚାକିରୀ କରିଛି  । ଚାକିରୀ କଲାବେଳେ ଦୁଇରୁ ଅଧିକ ପିଲା ନଥିଲା ବୋଲି ଗୀତା ଦର୍ଶାଇଥିଲା  । କିନ୍ତୁ ସେତେବେଳେ ତାର ତିନୋଟି ପିଲା ଥିବାବେଳେ ଗୋଟିଏ ପିଲାକୁ ସେ ଭାଇକୁ ପୋଷ୍ୟ କରି ଦେଇଥିଲା  । ଏବେ ତାର ଚତୁର୍ଥ ପିଲାର ବୟସ ସାଢେ଼ ୩ ବର୍ଷ  । କାଳେ ଅଫିସ ଜାଣିଲେ ଚାକିରୀ ପଳାଇବ ସେଥିପାଇଁ ସେମାନେ ପିଲାଟିକୁ ନାଳରେ ଫିଙ୍ଗି ଦେଇଥିଲେ  । ଲୋକମାନେ ପିଲାଟିକୁ ଉଦ୍ଧାର କରିଥିଲେ ବି ପିଲାଟି ମରି ଯାଇଥିଲା  ।