ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ

ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ

 ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ


ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପର୍ଯ୍ୟଟନ ଦିବସ । ବିବିଧତାପୂର୍ଣ୍ଣ ଭାରତରେ ବହୁ ପର୍ଯ୍ୟଟନ ସ୍ଥଳୀ ଅନେକ ଐତିହାସିକ ଘଟଣାବଳୀର ସାଖୀ । ଭାରତ ସମେତ ଦୁନିଆର ପ୍ରାୟ ପ୍ରତି କୋଣରୁ ଲୋକେ ଏଠାକୁ ବୁଲିବାକୁ ଆସିଥାନ୍ତି । ଭାରତର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଜାନୁଆରୀ ୨୫ରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ । ଏହି ଦିବସ ମଧ୍ୟମରେ ଦେଶ ବିଦେଶରେ ଭାରତର ଇତିହାସ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସଂସ୍କୃତିର ମଧ୍ୟ ପ୍ରଚାର କରାଯାଏ । ଏହାବାଦ ଭାରତର ଅର୍ଥବ୍ୟବସ୍ଥା ସହ ମଧ୍ୟ ପର୍ଯ୍ୟଟନ ଜଡ଼ିତ । ପର୍ଯ୍ୟଟନ ଜରିଆରେ ଦେଶର କୋଟିକୋଟି ଲୋକଙ୍କୁ ରୋଜଗାର ମିଳିଥାଏ ।

ଦେଶର ଅର୍ଥନୀତିକୁ ମଜବୁତ କରିବାରେ ପର୍ଯ୍ୟଟନର ବେଶ ଗୁରୁତ୍ୱ ରହିଛି । କରୋନା ମହାମାରୀ ପରେ ଏବେ ପର୍ଯ୍ୟଟନ ବ୍ୟବସାୟ ଟ୍ରାକକୁ ଫେରିଛି । ଦେଶ ସ୍ୱାଧୀନ ହେବାପରେ ୧୯୪୮ରେ ପ୍ରଥମେ ପର୍ଯ୍ୟଟନ ଦିବସ ପାଳନ କରାଯାଇଥିଲା । ଟୁରିଜିମର ଗୁରୁତ୍ୱକୁ ଦେଖି ପର୍ଯ୍ୟଟନ ଯାତାୟାତ ସମିତି ଗଠନ ହୋଇଥିଲା । ୧୯୫୧ରେ କୋଲକାତା ଏବଂ ଚେନ୍ନାଇରେ ଟୁରିଜିମ କାର୍ଯ୍ୟାଳୟ ଖୋଲାଯାଇଥିଲା । ୧୯୯୮ରେ ପର୍ଯ୍ୟଟନ ଓ ସଂଚାର ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପର୍ଯ୍ୟଟନ ବିଭାଗ ଗଠନ ହୋଇଥିଲା । ଚଳିତ ବର୍ଷ ଜାତୀୟ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ରହିଛି ଗ୍ରାମୀଣ ଏବଂ ସମଦାୟ କେନ୍ଦୀୟ ପର୍ଯ୍ୟଟନ ।