ଏବେ ରାଜ୍ୟରେ ପାରଦ ୩୯ ପାର

ଏବେ ରାଜ୍ୟରେ ପାରଦ ୩୯ ପାର

 ଏବେ ରାଜ୍ୟରେ ପାରଦ ୩୯ ପାର
ଭୁବନେଶ୍ୱର: କମୁଛି ଶୀତ ବଢୁଛି ତାତି । ଏବେ ରାଜ୍ୟରେ ପାରଦ ୩୯ ପାର ହେଲାଣି। ଗତ କିଛି ଦିନ ହେବ ଖରାର ପ୍ରକୋପ ଏତେ ବଢ଼ିଯାଇଛି ଯେ ଦିନ ୧୦ଟାରୁ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି। ତେବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଲଗାତାର ୪ ଦିନ ଧରି ରେକର୍ଡ କରିଆସୁଥିବା ରାଜଧାନୀ ଭୁବନେଶ୍ୱର ଦେଶର ରେକର୍ଡ ବି ଭାଙ୍ଗି ଦେଇଛି। ଗୁରୁବର ଦିନ ଏଠାରେ ଦେଶର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୪ରୁ ୫ଦିନରେ ତାପମାତ୍ରା ଆହୁରି ବଢ଼ିବ। ‌ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିବ। କିନ୍ତୁ ଆଶ୍ବସ୍ତିକର ଖବର ହେଲା, ସର୍ବନିମ୍ନ ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ରାତିରେ ବିଶେଷ ଗରମ ଅନୁଭୂତ ହେବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।