ଏୟାରଷ୍ଟ୍ରାଇକ ପୁରିଲା ଦୁଇ ବର୍ଷ

ଏୟାରଷ୍ଟ୍ରାଇକ ପୁରିଲା ଦୁଇ ବର୍ଷ

ଏୟାରଷ୍ଟ୍ରାଇକ ପୁରିଲା ଦୁଇ ବର୍ଷ
ନୂଆଦିଲ୍ଲୀ : ୨୦୧୯ ଫେବୃଆରୀ ୨୬ ଭୋର ୩ଟା ୩୦ରେ ଭାରତ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏହି ଘଟଣାକୁ ଦୁଇ ବର୍ଷ ପୁରିଛି। ୨୬ ଫେବୃଆରୀ ୨୦୧୯ରେ ଭୋର ୩ଟା ୩୦ରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ ବାଲାକୋଟରେ ପଶି ଏୟାରଷ୍ଟ୍ରାଇକ କରିଥିଲା। ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ବାଲାକୋଟରେ ପଶି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଠିକଣା ସ୍ଥଳକୁ ନଷ୍ଟ୍ରଭ୍ରଷ୍ଟ କରିଦେଇଥିଲା। ଏହିଭଳି ଭାବରେ ଏୟାରଷ୍ଟ୍ରାଇକର ଠିକ୍ ୧୨ ଦିନ ପୂର୍ବେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଅସାଧାରଣ ସାହାସକୁ ସଲାମ କରି କହିଛନ୍ତି ଯେ, ବାଲାକୋଟ ଏୟାରଷ୍ଟ୍ରାଇକର ବର୍ଷପୂର୍ତ୍ତି ଅବସରରେ ମୁଁ ଭାରତୀୟ ବାୟୁସେନାର ଅସାଧାରଣ ସାହାସ ଏବଂ ପରିଶ୍ରମକୁ ସଲାମ କରୁଛି। ବାଲାକୋଟ ଆକ୍ରମଣ ଭାରତର ଦୃଢ ଇଚ୍ଛା ଶକ୍ତିକୁ ଦର୍ଶାଉଛି। ଆମେ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବ କରୁଛୁ। ସେମାନେ ଭାରତକୁ ସୁରକ୍ଷିତ ଏବଂ ସୁଦୃଢ ରଖୁଛନ୍ତି।