ଶନିବାର, ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇପାରେ !

ଶନିବାର, ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇପାରେ !

ଶନିବାର, ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇପାରେ !
ପୁରୀ: ୧୨ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶା ଏବେ ସତର୍କତା ବଢ଼ାଇଛି । ସଂକ୍ରମଣ ରୋକିବା ଓ ଭିଡ଼ ଜମାଇବା ଲାଗି ପୁରୀ ଜିଲ୍ଲା ପ୍ରଶାସନର ଏବେ ଚିନ୍ତା ବଢ଼ିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଶନିବାର, ରବିବାର ସପ୍ତାହକୁ ଦୁଇଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଲାଗି ସାଧାରଣ ଦର୍ଶନ ବନ୍ଦ ରଖିବା ଲାଗି ବିଚାର ବିମର୍ଶ କରୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଜିଲ୍ଲା ପ୍ରଶାସନ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ମତାମତ ଲୋଡ଼ିଥିବା ଆଲୋଚନା ହେଉଛି । ତେବେ ପ୍ରଶାସନର ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି ଓ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜଣାପଡ଼ିଛି । ଖୁବଶୀଘ୍ର ଏ ବାବଦରେ ନିଷ୍ପତ୍ତି ହୋଇପାରେ । ସୂଚନା ଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପରେ ଶ୍ରୀମନ୍ଦିର ଖୋଲିଛି । ଏପରିକି ମନ୍ଦିର ଖୋଲିବା ପରେ ମଧ୍ୟ କିଛି ଦିନ ପାଇଁ ପ୍ରତି ରବିବାର ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା ।