ଭିଜିଲାନ୍ସ ପଞ୍ଝାରେ ଥାନା ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ଥାନା ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ଥାନା ଅଧିକାରୀ
ଢେଙ୍କାନାଳ: ଦୁର୍ନୀତିକୁ ରୋକିବା ପାଇଁ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ସରକାରୀ କର୍ମଚାରୀ ଦୁର୍ନୀତି ଛାଡ଼ିବାର ନାମ ନେଉନାହାନ୍ତି । ଏହାରି ଭିତରେ ଜଣେ ଥାନା ବାବୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସିଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଏକ ମାମଲାରେ ୩୦୭ ଦଫା ଉଠାଇବାକୁ ଶ୍ରୀ ବେହେରା ଏହି ଲାଞ୍ଚ ନେଉଥିଲେ ।