ନାଥୁରାମ ପ୍ରଥମ ହିନ୍ଦୁ ଆତଙ୍କବାଦୀ : କମଲ ହାସନ

ନାଥୁରାମ ପ୍ରଥମ ହିନ୍ଦୁ ଆତଙ୍କବାଦୀ : କମଲ ହାସନ

ନାଥୁରାମ ପ୍ରଥମ ହିନ୍ଦୁ ଆତଙ୍କବାଦୀ : କମଲ ହାସନ
ଚେନ୍ନାଇ:ତାମିଲ ଅଭିନେତା ତଥା ଏମଏନଏମ୍ ଦଳର ପ୍ରତିଷ୍ଠାତା କମଲ ହାସନଙ୍କ ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ ଝଡ ସୃଷ୍ଟି ହୋଇଛି । ମୁସଲିମ୍ ଭୋଟ୍ ପାଇବା ଲୋଭରେ କମଲ ହାସନଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତାମାନେ ଦର୍ଶାଇବା ସହ ଏହାକୁ କଡା ନିନ୍ଦା କରିଛନ୍ତି । ତାମିଲନାଡୁର ଆରବକୁରିଚି ଠାରେ ଏକ ନିର୍ବାଚନ ର‌୍ୟାଲିରେ କମଲ ହାସନ କହିଥିଲେ, ସ୍ୱାଧୀନ ଭାରତର ପ୍ରତମ ଆତଙ୍କବାଦୀ ଜଣେ ହିନ୍ଦୁ ଥିଲେ । ସେ ଥିଲେ ନାଥୁରାମ ଗଡସେ, ଯେ କି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ହାସନ କହିଥିଲେ, ଏହା ଏକ ମୁସଲିମ ବହୁଳ ଅଂଚଳ ହୋଇଥିବାରୁ ସେ ଏଭଳି ମନ୍ତବ୍ୟ ଦେଉ ନାହାନ୍ତି । ବରଂ ଦେ ଗାନ୍ଧୀଙ୍କ ପ୍ରତିମୃତି ସାମ୍ନାରେ ଏହା କହୁଛନ୍ତି । ହାସନ କହିଥିଲେ ଯେ ସେହି ହତ୍ୟା ଘଟଣାର ଉତର ଜାଣିବାକୁ ସେ ଏଠାକୁ ଆସିଛନ୍ତି । ଉତମ ନାଗରିକ ମାନେ ସବୁବେଳେ ସମାନତା ଏବଂ ତ୍ରିରଙ୍ଗାର ୩ଟି ରଙ୍ଗ ଅକ୍ଷୁଣ୍ଣ ରହୁ ବୋଲି ଚାହିଁଥାନ୍ତି । ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ବୋଲି ହାସନ କହିଥିଲେ । ହାସନଙ୍କ ଏହି ବୟାନକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି ।