ତାତିରୁ ତ୍ରାହି ନାହିଁ

ତାତିରୁ ତ୍ରାହି ନାହିଁ

ତାତିରୁ ତ୍ରାହି ନାହିଁ
ଭୁବନେଶ୍ବର: ତାତିରୁ ତ୍ରାହି ନାହିଁ । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ହେଉଛି। ସପ୍ତାହେ ହେଲା ପଶ୍ଟିମ ଓଡିଶା ତତଲା ପାଲଟିଛି । ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ଟିଟିଲାଗଡ ଏବେ ତତଲାଗଡରେ ପରିଣତ ହୋଇଛି । ଏଠାରେ ତାପମାତ୍ରା ଲଗାତାର ଭାବେ ୪୪ ଡିଗ୍ରୀ ଉପରେ ରହୁଛି । ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଉପକୂଳ ଓଡିଶାରେ ବି ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ବଢିଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ । ଉପକୂଳ ଦକ୍ଷିଣ ଓଡିଶାର ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହୁଛି । ଫଳରେ ତାପମାତ୍ରା ସାମାନ୍ୟ କମିପାରେ ବୋଲି ସୂଚନା ମିଳିଛି । ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ, ୧୭ ତାରିଖ ମଧ୍ୟରେ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ହେବାର ଆଶଙ୍କା ରହିଛି । ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ।