୩ ଜଣ ସାଙ୍ଗଙ୍କ ଆତ୍ମହତ୍ୟା

୩ ଜଣ ସାଙ୍ଗଙ୍କ ଆତ୍ମହତ୍ୟା

୩ ଜଣ ସାଙ୍ଗଙ୍କ ଆତ୍ମହତ୍ୟା
ଡେରାଡୁନ: ଉତ୍ତରାଖଣ୍ଡର ତେହରି ଜିଲ୍ଲା ଅଧୀନ ଏକ ଗ୍ରାମରୁ ୭ ଜଣ ସାଙ୍ଗ ପକ୍ଷୀ ଶିକାର କରିବାକୁ ଜଙ୍ଗଲ ଯାଇଥିଲେ । କିନ୍ତୁ ଏହି ୭ ଜଣଙ୍କ ମଧ୍ୟରୁ ଜଣେ ସାଙ୍ଗର ଭୁଲ ଗୁଳିମାଡ଼ରେ ଜଣଙ୍କର ମୃତୁ୍ୟ ହୋଇଯାଇଛି । ସାଙ୍ଗର ମୃତୁ୍ୟ ଘଟଣାରେ ୩ ଜଣ ଏତେ ଭାଙ୍ଗି ପଡ଼ିଥିଲେ ଯେ, ସେମାନଙ୍କ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ । ତେବେ ଏହି ୭ ଜଣଙ୍କ ମଧ୍ୟରୁ ସନ୍ତୋଷ ପନୱର (୧୯) ତାଙ୍କସାଙ୍ଗ ରାଜୀବ ସିଂହ (୨୨)ଙ୍କ ଦ୍ୱାରା ଭୁଲ ଗୁଳି ମାଡ଼ର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ସବୁ ଡିଭିଜିନାଲ ମାଜିଷ୍ଟ୍ରେଟ ପି.ଆର ଚୌହାନ କହିଛନ୍ତି, ସାଙ୍ଗ ମରିଯିବା ଦେଖି ୩ ଜଣ ଖୁବ ଭୟଭୀତ ହୋଇଗଲେ । ସେମାନେ ପ୍ରଥମେ ସନ୍ତୋଷଙ୍କ ମୃତଦେହକୁ ଜଙ୍ଗଲରୁ ଆଣି ଗ୍ରାମ ନିକଟସ୍ଥ ଏକ ଗୁହାଳରେ ରଖିଥିଲେ । ପରେ ସେମାନେ ଦୁଃଖରେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ୩ ଜଣ ଯାକ କୀଟନାଶକ ପିଇ ଆତ୍ମହତ୍ୟା କରିଦେଇଛନ୍ତି । ଆତ୍ମହତ୍ୟା କରିଥିବା ୩ ଜଣ ହେଉଛନ୍ତି ଅଜୁର୍ନ ସିଂହ (୨୩), ପଙ୍କଜ ସିଂହ (୨୪) ଏବଂ ସୋବନ ସିଂହ (୨୩) । ଅନ୍ୟ ପକ୍ଷେ ଗୁଳି ଚଳାଇଥିବା ରାଜୀବ ସିଂହ ଫେରାର ହୋଇଯାଇଛି ଏବଂ ରାହୁଲ ଓ ସୁମିନ ନାମକ ଅନ୍ୟ ୨ ଜଣ ଗ୍ରାମକୁ ଫେରିଛନ୍ତି ।