୩୭୬ କୋଟି ଟଙ୍କାର ହେରୋଇନ ଜବତ

୩୭୬ କୋଟି ଟଙ୍କାର ହେରୋଇନ ଜବତ

ଅହମଦାବାଦ: ଗୁଜରାଟର କଚ୍ଚ ଜିଲ୍ଲାରେ ଥିବା ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଗୋଟିଏ କଣ୍ଟେନର୍‌ରୁ ବିପୁଳ ପରିମାଣର ହେରୋଇନ ଜବତ ହୋଇଛି। ଜବତ ହେରୋଇନକୁ ଚୋରା ଚାଲାଣ ପାଇଁ ଫେବରିକ ରୋଲର ମଧ୍ୟରେ ଲୁଚାଇ ରଖାଯାଇଥିଲା। ହେଲେ ସୁରକ୍ଷାକର୍ମୀମାନେ ଏଗୁଡ଼ିକୁ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ଜବତ ହେରୋଇନର ଓଜନ ୭୫.୩ କେଜି। ଏହାର ବଜାର ମୂଲ୍ୟ ୩୭୬.୫ କୋଟି ଟଙ୍କା ହେବ ବୋଲି  ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଗୁଜରାଟ ପୁଲିର ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି, ଏତେ ପରିମାଣର ହେରୋଇନ ୟୁଏଇରୁ ଆସିଥିଲା। ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ଏଗୁଡ଼ିକୁ ପାବରିକ ରୋଲ ମଧ୍ୟରେ ଲୁଚାଇ ରଖାଯାଇଥିଲା। ମୁନ୍ଦ୍ରା ବନ୍ଦରରୁ ଏଗୁଡ଼ିକୁ କଣ୍ଟେନର ଦ୍ୱାରା ପଞ୍ଜାବ ଚାଲାଣ କରାଯାଇ ଥାଆନ୍ତା। ପଞ୍ଜାବ ପୁଲିସ୍ ପକ୍ଷରୁ କିଛି ଦିନ ତଳେ ଗୁଜରାଟ ଏଟିଏସକୁ ମୁନ୍ଦ୍ରା ବନ୍ଦରକୁ ଆସିଥିବା ଗୋଟିଏ କଣ୍ଟେନର ସମ୍ପର୍କରେ ସୂଚନା ଦିଆଯାଇଥିଲା। ଅଢ଼େଇ ମାସ ତଳେ ବିଦେଶରୁ ଆସିଥିବା ବନ୍ଦରକୁ ଆସିଥିବା ଗୋଟିଏ କଣ୍ଟେନରରେ ବିପୁଳ ପରିମାଣର ଡ୍ରଗ୍ସ ଥିବା ପଞ୍ଜାବ ପୁଲିସ୍ ସୂଚନା ଦେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଏତେ ପରିମାଣର ହେରୋଇନ ମିଳିଥିବା ଶ୍ରୀ ଭାଟିଆ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଗୁଜରାଟ ଏଟିଏସର ଗୋଟିଏ ଟିମ ଓ ପଞ୍ଜାବ ପୁଲିସ୍‌ର ଜଣେ ସବ ଇନସପେକ୍ଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲେ। ଏହାପରେ ସନ୍ଦିଗ୍ଧ କଣ୍ଟେନରକୁ ଖୋଜି ଥିଲେ। ଯାଞ୍ଚ ବେଳେ ପୋର୍ଟ ନିକଟରେ ଥିବା କଣ୍ଟେନର ରହୁଥିବା ଷ୍ଟେସନରୁ ସନ୍ଦିଗ୍ଧ କଣ୍ଟେନରକୁ ଠାବ କରାଯାଇଥିଲା।

ଏହି କଣ୍ଟେନରଟି ମେ’ ୧୩ ତାରିଖରେ ୟୁଏଇରେ ଥିବା ଅଜମନ ଫ୍ରି ଜୋନରୁ ଏଠାକୁ ଆସିଥିଲା। ଯାଞ୍ଚ ବେଳେ କଣ୍ଟେନର ମଧ୍ୟରୁ ୫୪୦ଟି ଫାବରିକ ରୋଲ ଠାବ କରାଯାଇଥିଲା। ଏହା ମଧ୍ୟରୁ ୬୪ ରୋଲରୁ ହେରୋଇନ ପାଉଡର ମିଳିଛି। ଜବତ ହେରୋଇନର ଓଜନ ୭୫.୩ କେଜି। ଏହାର ବଜାର ମୂଲ୍ୟ ୩୭୬.୫ କୋଟି।”