ଆଜିଠୁ ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଆଜିଠୁ ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଆଜିଠୁ  ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ । ଆଜି ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ରୁ ୨୮ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନପାରିଲେ ୨୯ ତାରିଖରେ ତାହା ଗିଲୋଟିନ ଜରିଆରେ ପାରିତ କରାଯିବ । ଆସନ୍ତା ୩୦ ତାରିଖରେ ପାରିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ । ସକାଳ ୧୦ଟା ୩୦ରୁ ୧ ଘଣ୍ଟାର ପ୍ରଶ୍ନକାଳକୁ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନରେ ଆଇନଶୃଙ୍ଖଳା, ଚାଷୀ, ବେକାରୀ, ଦରଦାମ ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ । ଯାହାକୁ ନେଇ ଗୃହ ବେଶ୍‌ ଉଷ୍ମ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଶାସକ ଦଳ କହିଛି । କଂଗ୍ରେସ ଓ ବିଜେପି ଯେଉଁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବେ, ତାହା ଆଲୋଚନା କରାଯିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।