ଆଇସିଡିଏସ୍‌ ସୁପରଭାଇଜର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଆଇସିଡିଏସ୍‌ ସୁପରଭାଇଜର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

 ଆଇସିଡିଏସ୍‌ ସୁପରଭାଇଜର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଣେ ଆଇସିଡିଏସ୍‌ ସୁପରଭାଇଜର। ତାଙ୍କ ନାଁ କୁନି ନାଏକ। ସେ ବଲାଙ୍ଗିର ଜିଲ୍ଲା ଅଗଲପୁର ବ୍ଳକ୍‌ର ରୋଥ୍ ଓ ଭର୍ସୁଜା ସେକ୍ଟରର ଆଇସିଡିଏସ୍‌ ସୁପରଭାଇଜର ଅଛନ୍ତି।

ପୂର୍ବଯୋଜନା ମୁତାବକ  କୁନି ନାଏକ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସାକ୍ଷୀମାନଙ୍କ ଉପସ୍ଥିତିରେ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।
ଅଙ୍ଗନବାଡ଼ି କେନ୍ଦ୍ର ଚଲାଇବା ପାଇଁ କଣ୍ଟିଜେନ୍ସୀ ଓ ଅନ୍ୟାନ୍ୟ ପାଣ୍ଠିରୁ ଅଙ୍ଗନବାଡ଼ି କର୍ମୀମାନେ ପାଉଥିବା ଅର୍ଥରୁ ଆଇସିଡିଏସ୍‌ ସୁପରଭାଇଜର ଲାଞ୍ଚ ନେଉଥିଲେ।

କୁନି ନାଏକଙ୍କୁ ଲାଞ୍ଚ ନେବା ବେଳେ ଧରିବା ପରେ ବଲାଙ୍ଗିର ଜିଲ୍ଲା ଲୁଇସିଂହା ବ୍ଳକ୍ ଅନ୍ତର୍ଗତ ମଣ୍ଡିପଦର ସୋତିତ ତାଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା।