୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ ଲାଇଭ୍ : ଜାଣନ୍ତୁ ଏଯାବତ କ’ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ
୨୦୨୧-୨୨ କେନ୍ଦ୍ରୀୟ ବଜେଟ୍ ଲାଇଭ୍ : ଜାଣନ୍ତୁ ଏଯାବତ କ’ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ
admin
Feb 1, 2021 - 06:06
Updated: Feb 1, 2021 - 06:06
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ । ଚଳିତ ଥର ସେ ଇ-ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା ।
୧. ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।
୨. ଜଳ ଜୀବନ ମିଶନ ପାଇଁ ୨.୮୭ ଲକ୍ଷ କୋଟି ଟଙ୍କାର ଘୋଷଣା
୩. ୪୨ଟି ସହରାଂଚଳରେ ବାୟୂ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ ୨୨୧୭ କୋଟି ଟଙ୍କା ଖର୍ଚ୍ଚ କରାଯିବ
୪. କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟବରାଦ
୫. ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ । ଗତ ବର୍ଷ ଅପେକ୍ଷା ୧୩୭% ଅଧିକ ।
୬. ନୂଆ ସ୍କା୍ରପେଜ ନୀତି : ବ୍ୟକ୍ତିଗତ ଯାନ କ୍ଷେତ୍ରରେ ୨୦ ବର୍ଷ ଓ ବାଣିଜି୍ୟକ ଯାନ କ୍ଷେତ୍ରରେ ୧୫ ବର୍ଷ । ଅର୍ଥାତ ଯାନ ଏତିକି ବର୍ଷର ହୋଇଥିଲେ ବ୍ୟବହାର ଯୋଗ୍ୟ ହେବ ନାହିଁ ।
୭. ଜାତୀୟ ଭିତିଭୂମି ପାଇପଲାଇନରେ ୧ ଲକ୍ଷ କୋଟି ଟଙ୍କାର ୨୧୭ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ।
୮. ବିକାଶଶୀଳ ଆର୍ଥିକ ସଂସ୍ଥା ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଏକ ବିଲ ସଂସଦରେ ଆଗତ କରାଯିବ ।
୯. ୩ ବର୍ଷ ମଧ୍ୟରେ ୭ଟି ଟେକ୍ସଟାଇଲ ପାର୍କ ସ୍ଥାପନ କରାଯିବ
୧୦. ପୁଞ୍ଜି ବ୍ୟୟ ପାଇଁ ୫.୫୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ