୧୦ ଜିଲ୍ଲାରେ ସବୁ ସ୍କୁଲ ଛୁଟି

୧୦ ଜିଲ୍ଲାରେ ସବୁ ସ୍କୁଲ ଛୁଟି

୧୦ ଜିଲ୍ଲାରେ ସବୁ ସ୍କୁଲ ଛୁଟି
ଭୁବନେଶ୍ୱର: ଆଜିକୁ ଦୁଇ ଦିନ ହେଲା ଲଘୁଚାପ ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ବର୍ଷା ଥମିବାର ନାଁ ଧରୁନି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଲଗାଣ ବର୍ଷା ଯୋଗୁଁ ଜନଜୀବନ ଠପ୍ ହୋଇପଡିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୧୦ ଜିଳ୍ଲାର ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ।