ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ୨ ଜଣଙ୍କ  ମୃତ୍ୟୁ
ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତର ବେଲଢ଼ିପା ଓ ସୁଇଡିହି ପଞ୍ଚାୟତର କନରସୁଅାଁ ଟୁଙ୍ଗୁରିଟୋଲା ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଛି । ବେଲଢ଼ିପା ବସ୍ତିରେ ସକାଳ ପ୍ରାୟ ୬ ଘଟିକା ସମୟରେ ଗାନ୍ଦରୁ ତିର୍କୀ (୭୩) ତାଙ୍କ ଘର ସମ୍ମୁଖରେ ଥିବା ପରିବା ଚାଷ ଜମିରେ କାମ କରୁଥିଲେ । ହଠାତ ଏକ ହାତୀ ତାଙ୍କଜମିର ୫ ଫୁଟ ପାଚେରି ଭାଙ୍ଗି ଭିତରକୁ ପଶି ଆସିବା ସହିତ ତାଙ୍କ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଫଳରେ ଗାନ୍ଦରୁଙ୍କ ମୃତୁ୍ୟ ଘଟିଥିଲା । ସେହିପରି ସୁଇଡିହି ପଞ୍ଚାୟତ ଅନ୍ତର୍ଗତ କନରସୁଅାଁ ଟୁଙ୍ଗୁରିଟୋଲରେ ବାସ କରୁଥିବା କାର୍ତ୍ତିକ ଭୂମିଜ (୮୦) ଭୋର ସାଢେ଼ ୪ଟାରେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ । ହଠାତ ଦନ୍ତା ହାବୁଡ଼ରେ ସେ ପଡ଼ି ଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା ।