ଗ୍ରାହକଙ୍କ ପ୍ରତି ଧୋକା : ଆପଲ ଉପରେ ୮୩୯ କୋଟି ଟଙ୍କା ଜରିମାନା

ଗ୍ରାହକଙ୍କ ପ୍ରତି ଧୋକା : ଆପଲ ଉପରେ ୮୩୯ କୋଟି ଟଙ୍କା ଜରିମାନା

ଗ୍ରାହକଙ୍କ ପ୍ରତି ଧୋକା : ଆପଲ ଉପରେ ୮୩୯ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ: ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା କମ୍ପାନୀ ଆପଲ ଉପରେ ୮୩୯ କୋଟି ଟଙ୍କାର ଜରିମାନା ଲଗାଯାଇଛି । ଆମେରିକାର ୩୩ଟି ରାଜ୍ୟ ଓ କଲମ୍ବିଆ ତରଫରୁ କରାଯାଇଥିବା ଅଭିଯୋଗ ଆଧାରରେ ଏହି ଜରିମାନା ଲାଗୁ କରାଯାଇଛି । ନୂଆ ଆଇଫୋନ ବିକି୍ର ବଢ଼ାଇବା ଲାଗି କମ୍ପାନୀ ଜାଣିଶୁଣି ପୁରୁଣା ଆଇଫୋନ ଗୁଫିକୁ ସ୍ଲୋ (ମନ୍ଥର) କରିଛି ବୋଲି କମ୍ପାନୀ ବିରୋଧରେ ଅଭିଯୋଗ ଆସିଥିଲା । ୨୦୧୬ ରେ କମ୍ପାନୀ ପକ୍ଷରୁ ଆଇଫୋନ ୬,୭ ଓ ଏସଇ ମଡେଲକୁ ଏଭଳିଭାବେ ଅପଡେଟ କରାଯାଇଥିଲା ଯାହା ଦ୍ୱାରା ଚିପର ସ୍ପିଡ ହ୍ରାସ ପାଇବ ଏବଂ ଫୋନର ବ୍ୟାଟେରୀ ପ୍ରୋସେସରକୁ ଅଧିକ ପାୱାର ଦେଇପାରିବ ନାହିଁ । ଏହି କାମକୁ ଆପଲ ଗୋପନରେ ସମ୍ପାଦିତ କରିଥିଲା । ଏହା ଗ୍ରାହକଙ୍କ ପ୍ରତି ଏକ ପ୍ରକାର ଧୋକା ଥିଲା । ବ୍ୟାଟେରୀ କମ୍ପାନୀ ବଦଳାଇବାର ଥିବା ବୋଲି ରାଜ୍ୟ ଗୁଡିକ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ କମ୍ପାନୀ ଲୁଚାଇଥିବା ଅଭିଯୋଗ ଆଧାରରେ ଏହି ଜରିମାନା ଲାଗୁ କରାଯାଇଛି ।