ହାଇଓ୍ବା ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ହାଇଓ୍ବା ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ହାଇଓ୍ବା ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ଚାନ୍ଦବାଲି: ହାଇଓ୍ବା ଧକ୍କାରେ ଚାଲିଗଲା ୨ ଭାଇଙ୍କ ଜୀବନ। ଚାନ୍ଦବାଲି  ଏନଏସିର ବଡ଼ବଜାର ତାରିଣୀଛକ ନିକଟରେ ଏଭଳି ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି। ମୃତ ଦୁଇ ଭାଇ ହେଲେ  ମତୋ ପରାମନ୍ଦପୁର ବସ୍ତିର ସେକ୍ ସକିଲ ଓ ସେକ୍ ଅସଲମ।

ମତୋ ପରାମନ୍ଦପୁର ବସ୍ତିର ସେକ୍ ସକିଲ ଓ ସେକ୍ ଅସଲମ କନିକା ଅଂଚଳରୁ ଚାନ୍ଦବାଲିକୁ ଫେରୁଥିଲେ। ଏହି  ସମୟରେ ଚାନ୍ଦବାଲିରୁ କେନ୍ଦ୍ରାପଡା ଯାଉଥିବା  ଏକ ହାଇଓ୍ବା  ଗାଡ଼ି ଚାନ୍ଦବାଲି  ଏନଏସିର ବଡ଼ବଜାର ତାରିଣୀଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ  ଘଟଣାସ୍ଥଳର ପୋଲିସ ପହଞ୍ଚି ୨ ଭାଇଙ୍କ ମୃତଦେହ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡ଼କାଲରେ ଭର୍ତ୍ତି କରିଛି।