ନାଗ ସହ ଲଢ଼ି ଜୀବନ ହାରିଲା ଟାଇସନ
ନାଗ ସହ ଲଢ଼ି ଜୀବନ ହାରିଲା ଟାଇସନ
କୋରାପୁଟ : ମାଲିକ ପାଇଁ ଜୀବନ ଦେଲା ଟାଇସନ୍। କୋରାପୁଟ ଜିଲ୍ଲା ସୁନାବେଡ଼ା ପବ୍ଲିକ ସ୍କୁଲରେ ରହୁଥିଲା ଅଢ଼େଇ ବର୍ଷର କୁକୁର ଟାଇସନ୍ । ଗତକାଲି ସନ୍ଧ୍ୟାରେ ଗ୍ୟାରେଜକୁ ଏକ ନାଗସାପ ପଶିଥିଲା । ମାଲିକ ପାଇଁ ବିଷଧର ନାଗ ସହ ଲଢିଥିଲା ବକ୍ସର ବ୍ରିଡର ଏହି କୁକୁର । ସାପ ଥିବା ଦେଖି ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲେ। ସାପକୁ ଦେଖି ସ୍କୁଲ କର୍ମଚାରୀ ୪ଟି ଯାକ କୁକୁରଙ୍କୁ ଘରେ ଭର୍ତ୍ତି କରି ଦେଇଥିଲେ । କିନ୍ତୁ ସାପଟି ସେତେବେଳକୁ ଟାଇସନର ମୁହଁକୁ ଚୋଟ ମାରିସାରିଥିଲା ।
ଏହାପରେ ଟାଇସନକୁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଟାଇସନର ଜୀବନ ।




admin 