ସମାଲୋଚନା କରୁଥିବା ଦଳମାନେ ଏବେ ସ୍ୱୟଂ କ୍ୱାରେଣ୍ଟାଇନକୁ ଚାଲିଗଲେଣି : ଜଗତ ପ୍ରକାଶ ନଡ୍ଡା

ସମାଲୋଚନା କରୁଥିବା ଦଳମାନେ ଏବେ ସ୍ୱୟଂ କ୍ୱାରେଣ୍ଟାଇନକୁ ଚାଲିଗଲେଣି : ଜଗତ ପ୍ରକାଶ ନଡ୍ଡା

ସମାଲୋଚନା କରୁଥିବା ଦଳମାନେ ଏବେ ସ୍ୱୟଂ କ୍ୱାରେଣ୍ଟାଇନକୁ ଚାଲିଗଲେଣି : ଜଗତ ପ୍ରକାଶ ନଡ୍ଡା

ନୂଆଦିଲ୍ଲୀ:  କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି ।  ଦେଶରେ  କରୋନାର ଦ୍ୱିତୀୟ ଲହର ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହା ପାଇଁ ଦେଶରେ ଟିକାକରଣ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି ।  ତେବେ ଏହି ପରିପ୍ରେକ୍ଷୀରେ  ଟିକା ପାଇଁ ସମାଲୋଚନା କରୁଥିବା ବିରୋଧୀମାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସମାଲୋଚନା କରିଛନ୍ତି ।  ଦିଲ୍ଲୀ ରାମମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ ସମୟରେ ସେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ସମାଲୋଚନା  କରୁଥିବା ଦଳମାନେ ଏବେ ସ୍ୱୟଂ କ୍ୱାରେଣ୍ଟାଇନକୁ ଚାଲିଗଲେଣି ।  କିଛି କିଛି ଦଳର ଅବସ୍ଥା ଏମିତି ଯେ, ସେମାନେ ଆଇସିୟୁକୁ ଚାଲିଗଲେଣି ।  ଭ୍ୟାକ୍ସିନ ଯୁକ୍ତ ଓ କରୋନା ମୁକ୍ତ ଭାରତ ପାଇଁ ଆମେ ବଦ୍ଧ ପରିକର । ଡିସେମ୍ବର ସୁଦ୍ଧା ୨୫୭ କୋଟି ଡୋଜ ଟିକା ଉପôାଦନ ନେଇ ଲକ୍ଷ୍ୟ ରହିଛି ।  ତେଣୁ ଡିସେମ୍ବର ସୁଦ୍ଧା ସାରା ଦେଶବାସୀଙ୍କୁ ଟିକାକରଣ କରାଯିବ  ବୋଲି ଶ୍ରୀ ନଡ୍ଡା କହିଛନ୍ତି । ଦିଲ୍ଲୀ ରାମମନୋହର ଲୋହିୟା ହସ୍ପିଟାଲ ଟିକାକରଣ କେନ୍ଦ୍ର ପରିଦର୍ଶନ ସମୟରେ ଶ୍ରୀ ନଡ୍ଡାଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସାମିଲ ହୋଇଥିଲେ ।