ସମାନ୍ତରାଳ ସରକାର ଗଢ଼ିବ ବିଦ୍ରୋହୀ ବାହିନୀ
ସମାନ୍ତରାଳ ସରକାର ଗଢ଼ିବ ବିଦ୍ରୋହୀ ବାହିନୀ
କାବୁଲ: ପଂଜଶୀରର ବିଦ୍ରୋହୀ ନେତା ଅହମଦ ମସୋଦ କହିଛନ୍ତି, ବିଦ୍ରୋହୀ ବାହିନୀ ଏକ ସମାନ୍ତରାଳ ସରକାର ଘୋଷଣା କରିବ । ରାଜନେତାଙ୍କ ସହ ବିଚାରବିମର୍ଶ ପରେ ସମାନ୍ତରାଳ ସରକାର ଘୋଷଣା ହେବ। ଏପଟେ ପ୍ରତିଶୋଧପରାୟଣ ହୋଇ ପଂଜଶୀର ପ୍ରଦେଶରେ ତାଲିବାନ ଗଣହତ୍ୟା କରୁଛି। ତାଲିବାନ ଏଠାକାର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ମାରିଦେଉଛି। ବିଦ୍ରୋହୀ ବାହିନୀ ଏନଆରଏଫ (ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ) ସହ ସଂଘର୍ଷ ସମୟରେ ତାଲିବାନ ଏହାର ଏକାଧିକ ସଦସ୍ୟଙ୍କୁ ହରାଇଥିବାରୁ ପ୍ରତିଶୋଧପରାୟଣ ହୋଇଯାଇଛି। ଉକ୍ତ ଘଟଣାକୁ ଏନଆରଏଫ କଡ଼ା ନିନ୍ଦା କରିଛି ଏବଂ ଏହି ମାମଲାରେ ଜାତିସଂଘର ସହଯୋଗ ଲୋଡ଼ିଛି । ଏନଆରଏଫ୍ ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ଏବଂ ଅନ୍ତର୍ଜାତୀୟ ସଂଗଠନଙ୍କୁ ଏହି ମାମଲାରେ ସହଯୋଗ କରିବାପାଇଁ ଅନୁରୋଧ କରିଛି । ଗତକାଲିଠାରୁ ତାଲିବାନ ଏହି ଗଣହତ୍ୟାରେ ସମ୍ପୃକ୍ତ ରହିଛି ବୋଲି ଏନଆରଏଫ କହିଛି ।




admin 