ସଂସଦରେ ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମନ
ସଂସଦରେ ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମନ
admin
Feb 1, 2021 - 05:52
Updated: Feb 1, 2021 - 05:52
ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ସଂସଦରେ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ । ଚଳିତ ଥର ସେ ଇ-ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା ।
୧. କରୋନା ବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବଙ୍କ ପାଇଁ ୨.୭୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା ।
୨. ଆତ୍ମନିର୍ଭର ଭାରତ ପ୍ୟାକେଜ ୫ଟି ମିନି ବଜେଟ ଭଳି ହୋଇଥିଲା ।
୩. ଭାରତ ୨ଟି କରୋନା ଟିକା ବିକଶିତ କରି ଟିକାକରଣ କରୁଛି । ଏହାଛଡ଼ା ଶତାଧିକ ଦେଶକୁ ବି କରୋନା ଟିକା ପ୍ରଦାନ କରାଯାଇଛି ।
୪. ପୂର୍ବରୁ ଭାରତୀୟ ଅର୍ଥନୀତିରେ ୩ ଥର ହ୍ରାସ ଘଟିଛି । ଚଳିତ ବର୍ଷ କରୋନା ପାଇଁ ଅର୍ଥନୀତିରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ସରକାର ଅର୍ଥନୀତିକୁ ମୂଳସ୍ରୋତକୁ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।
୫. ଆତ୍ମନିର୍ଭର ଭାରତ ପ୍ୟାକେଜ ଓ ଆରବିଆଇର ଅର୍ଥନୀତିକ ଘୋଷଣାର ମୋଟ ପରିମାଣ ୨୭.୧ ଲକ୍ଷ କୋଟି ଟଙ୍କା । ଯାହାକି ଜିଡ଼ିପିର ୧୩% ଅଧିକ ।
୬. ପ୍ରାଥମିକ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ୬ ବର୍ଷରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ।