ଶ୍ରୀନଗରରେ ଦୁଇ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗରରେ ଦୁଇ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀମାନେ ଏବେ ସେନାବାହିନୀକୁ ଛାଡ଼ି ସା୍ଧାରଣ ନିରୀହ ଜନତାକୁ ଟାର୍ଗେଟ୍ କରିଛନ୍ତି। ଆଜି ୨ ଜଣ ଶିକ୍ଷକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଶ୍ରୀନଗର ଇଦ୍ଗାହା ଅଞ୍ଚଳରେ ସ୍କୁଲ୍ ଭିତରେ ପଶି ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି। ଗତ ଦୁଇଦିନ ମଧ୍ୟରେ ଆତଙ୍କବାଦୀମାନେ ୫ ଜଣ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି। ସାଧାରଣ ଲୋକଙ୍କୁ ହତ୍ୟା କରି ଅଞ୍ଚଳରେ ଆତଙ୍କ ଖେଳାଇଦେବାକୁ ଚାହୁଁଛନ୍ତି। ଦୁଇଦିନ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତ ରହିଛି। ଏହା ପୂର୍ବରୁ ଅଞ୍ଚଳରେ ଆତଙ୍କ ଖେଳାବାକୁ ଆତଙ୍କବାଦୀଙ୍କ ଏହା ନୂଆ ଚାଲ୍ ବୋଲି କୁହାଯାଉଛି।