କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ

କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶ

ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାଶଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଆଦିତ୍ୟ କେୟାର ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଶ୍ରୀ ଦାଶଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ଶ୍ରୀ ଦାଶ ଓଡ଼ିଆ ଖବରକାଗଜ ‘ସମ୍ବାଦ’, ‘ପ୍ରଜାତନ୍ତ୍ର’ ରେ ଦୀର୍ଘ ବର୍ଷ ଧରି କାମ କରିଥିଲେ। ଇଂରାଜୀ ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ରେ ମଧ୍ୟ କିଛି ଦିନ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ନିଜର ଏକ ପାକ୍ଷିକ କାଗଜ “ଜନତନ୍ତ୍ର’ ଆରମ୍ଭ କରିଥିଲେ । ଦଳିତ, ଆଦିବାସୀଙ୍କ ସ୍ୱର ଥିଲା ଏହି କାଗଜ । ଦଳିତ, ଆଦିବାସୀଙ୍କ ପ୍ରତି ଅନ୍ୟାୟ ବିରୋଧରେ ସେ ସ୍ୱର ଉତ୍ତୋଳନ କରି ସେମାନଙ୍କର ମାନବାଧିକାର ସମ୍ପର୍କରେ ଲେଖନୀ ଚାଳନା କରି ଆସୁଥିଲେ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଉପରେ ମଧ୍ୟ ତାଙ୍କର ପାଣ୍ଡିତ୍ୟ ଥିଲା ।

ସର୍ବୋପରି ଜଣେ ସ୍ନେହୀ, ପରୋପକାରୀ ମଣିଷ ଭାବେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ତାଙ୍କ ପତ୍ନୀଙ୍କର ପୂର୍ବରୁ ପରଲୋକ ପରଲୋକ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ସୂଚନାଯୋଗ୍ୟ, ଦିନକ ପୂର୍ବରୁ କରୋନାରେ ପ୍ରାଣ ହରାଇଥିଲେ ଯୁବ ସାମ୍ବାଦିକ ତଥା ‘ଦ କମନ୍ ଟାଇମ୍ସ’ ଇଂରାଜୀ ଦୈନିକ ଖବରକାଗଜର ମୁଖ୍ୟ ସମ୍ପାଦକ ସତ୍ୟଜିତ୍ ମହାପାତ୍ର(୪୪) । ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଦେଇଥିଲେ ।