ଶିବ ଭକ୍ତଙ୍କ ପାଇଁ ଭଲ ଖବର : ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ

ଶିବ ଭକ୍ତଙ୍କ ପାଇଁ ଭଲ ଖବର : ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ

ଶିବ ଭକ୍ତଙ୍କ ପାଇଁ ଭଲ ଖବର : ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ
ଭୁବନେଶ୍ବର: ଶିବ ଭକ୍ତଙ୍କ ପାଇଁ ଭଲ ଖବର । ଭୁବନେଶ୍ୱରର ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି । ପୂର୍ବରୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । ତେବେ କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଆଡ଼ମ୍ବରପୂର୍ଣ୍ଣ ଜାଗର ଯାତ୍ରା ବନ୍ଦ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏସଆରସିଙ୍କ ଏହି ମାଗଦର୍ଶିକାରୁ ଏକାମ୍ର କ୍ଷେତ୍ରକୁ ବାଦ ଦିଆଯାଇଛି । ଏପରିକି କୋଭିଡ କଟକଣାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିିବେ ବୋଲି ନିଷ୍ପତ୍ତି ହୋଇଥିଲା । ମନ୍ଦିର ଭିତରେ ଓ ବାହାରେ ରାସ୍ତାରେ ଦୀପ ଜାଳିବାକୁ ଓ ଭିଡ଼ ନକରିବାକୁ କଟକଣା କରାଯିବ ବୋଲି କହିଥିଲେ ବିଏମସି ଅତିରିକ୍ତ କମିସନର । ତେବେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବେ ଓ ମାସ୍କ ବ୍ୟବହାର କରିବେ ।