ଲଜରୁ ବାହାରିଲା ୮୦ଲକ୍ଷ
ଲଜରୁ ବାହାରିଲା ୮୦ଲକ୍ଷ

କଣ୍ଟାବାଞ୍ଜି : ଲଜ୍ରୁ ୮୦ ଲକ୍ଷ ଟଙ୍କା ଜବତ। ଗୁରୁବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ୍ରେ ଚଢାଉ କରି ଏହି ଟଙ୍କା ଜବତ କରିଛି। ଏହା ସହ ବାହାର ରାଜ୍ୟର ୫ ଜଣଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ଲଜ୍ରେ ଜୁଆ ଖେଳ ହେଉଥିବା ନେଇ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ହୃଷିକେଶ ମେହେର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ଲଜ୍ ଭିତରେ ବାହାର ରାଜ୍ୟର ୫ ଜଣ ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଓ ତାସ୍ ଜବତ ହୋଇଛି। କଣ୍ଟାବାଞ୍ଜି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।