ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି : ଜୟନାରାୟଣ ମିଶ୍ର

ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି : ଜୟନାରାୟଣ ମିଶ୍ର

ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି : ଜୟନାରାୟଣ ମିଶ୍ର

ପୁରୀ : ୨୦୨୪ ରେ ଓଡ଼ିଶାରେ କ୍ଷମତା ଦଖଲ କରିବ ବିଜେପି। ଆସିବ ଡବଲ ଇଞ୍ଜିନ ସରକାର। ୨୦୨୪ରେ ନିଶ୍ଚିତ ଭାବେ ଓଡ଼ିଶାରେ ପରିବର୍ତ୍ତନ ହେବ। ଆଜି ଏଭଳି କିଛି  ଦୃଢ଼ତାର ସହିତ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ପୁରୀରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅବସରରେ ସେ କହିଛନ୍ତି, ୨୦୨୪ ମିଶନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି। ଲୋକଙ୍କ ପାଖରେ ବିଜେପିକୁ ପହଞ୍ଚାଇବା ପାଇଁ ପୁରୀରେ ରାଜ୍ୟର ନେତା ଓ କର୍ମୀଙ୍କୁ ଟ୍ରେନିଂ ଦେଉଛନ୍ତି ବରିଷ୍ଠ ନେତା। ଆମକୁ ଯେତେ ସଂଖ୍ୟା ଆବଶ୍ୟକତା ରହିଛି ତା’ପାଇଁ ଆମେ ଯୋଜନା କରୁଛୁ।
ଆଜି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଟ୍ରେନିଂ ଅଛି।  ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ। ଭୁବନେଶ୍ୱରରେ ତାଙ୍କ କାର୍ୟ୍ୟକ୍ରମ ହେବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷ ଦିବସ। ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ କିପରି ସଫଳ ହେବ ସେନେଇ ରୋଡମ୍ୟାପ୍ ପ୍ରସ୍ତୁତି ସହ କର୍ମକର୍ତ୍ତାଙ୍କୁ ଏଥିରେ ପ୍ରଶିକ୍ଷଣ ଦିଆଯାଇଛି।