ରେଲ୍‌ୱେ ନିଯୁକ୍ତି ହିଂସା, ଖାନ୍‌ ସାରଙ୍କ ନାମରେ ମାମଲା

ରେଲ୍‌ୱେ ନିଯୁକ୍ତି ହିଂସା, ଖାନ୍‌ ସାରଙ୍କ ନାମରେ ମାମଲା

ରେଲ୍‌ୱେ ନିଯୁକ୍ତି ହିଂସା, ଖାନ୍‌ ସାରଙ୍କ ନାମରେ ମାମଲା

ପାଟ୍‌ନା: ରେଳ ନିଯୁକ୍ତିକୁ ନେଇ ହୋଇଥିବା ହିଂସା ଘଟଣାରେ ଖାନ୍‌ ସାରଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିାହାର ପାଟ୍‌ନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ତାଙ୍କର ଏକ ୟୁଟ୍ୟୁବ୍‌ ଭିଡିଓ ଯୋଗୁଁ ଏପରି ଏକ ହିଂସା ଘଟଣା ଘଟିଲା ବୋଲି ରେଲ୍‌ୱେ ପୁଲିସ ପକ୍ଷରୁ କୁହାଯାଇଛି। ଏହା ସହିତ ଅନ୍ୟ କିଛି ସଂସ୍ଥା ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। କୋଚଂ ଅନୁଷ୍ଠାନର ଶିକ୍ଷକ ଖାନ୍‌ ସାର ଏକ ଭିଡିଓରେ ଛାତ୍ରଛାମନଙ୍କୁ ଉସ୍‌କାଇଥିବା ଅଭିଯୋଗ ହୋଇଛି। ସେହିପରି ଯେଉଁମାନେ ରେଲ୍‌ୱେରେ କ୍ଷତି କରିଛନ୍ତି ସେମାନେ ରେଳବାଇର କୌଣସି ନିଯୁକ୍ତିରେ ଭାଗ ନେଇ ପାରି‌ବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍ୟପକ୍ଷରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅପିଲ କରିଛନ୍ତି ଯେ ରେଳ ଆମ ଦେଶର ସଂପତ୍ତି, ଏହାକୁ କୌଣସି ପରିସ୍ଥିତିରେ ନଷ୍ଟ ନକରାଯାଉ। ନିଯୁକ୍ତି ପ୍ରକ୍ରିୟାରେ ରହିଥିବା ସମସ୍ୟାର ସମାଧାନ କରିବାକୁ କମିଟି ଗଠନ କରାଯାଇଛି। କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରକ୍ରିୟା କରାଯିବ। ଅନ୍ୟପକ୍ଷରେ ଖାନ୍‌ସାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଛାତ୍ରମାନଙ୍କ ଟ୍ବିଟ୍‌ ପ୍ରତି ରେଳ ବିଭାଗ ଦୃଷ୍ଟି ଦେଇନି। ସୂଚନାଯୋଗ୍ୟ ଯେ ନିଯୁକ୍ତିକୁ ନେଇ ରହିଥିବା ଦାବିକୁ ନେଇ ବିହାର ସମେତ ଉତ୍ତର ପ୍ରଦେଶର କିଛି ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ବିହାର ଗୟାରେ ରେଳ ବଗିରେ ନିଆଁ ଲଗାଇଯାଇଥିଲା। ଭିଡ଼ ଏଡ଼ାଇବାକୁ ଯାଇ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।