ରାହୁଲଙ୍କ ମୁହଁରେ ଗ୍ରୀନ ଲାଇଟ

ରାହୁଲଙ୍କ ମୁହଁରେ ଗ୍ରୀନ ଲାଇଟ

ରାହୁଲଙ୍କ ମୁହଁରେ ଗ୍ରୀନ ଲାଇଟ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥି ଆସନରେ ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ସମୟରେ ତାଙ୍କ ମୁହଁ ଉପରେ ଗ୍ରୀନ ଲେଜର ଲାଇଟ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ରାହୁଲଙ୍କ ସୁରକ୍ଷା ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଗୃହମନ୍ତ୍ରାଳୟକୁ ପତ୍ର ଲେଖି ଏ ସଂପର୍କରେ ଅବଗତ କରିଥିଲା । ରାହୁଲଙ୍କ ସୁରକ୍ଷା ଦିଗ ପ୍ରତି ସରକାର ସମୁଚିତ ଧ୍ୟାନ ଦେଉନଥିବା ଏବଂ ଏ କ୍ଷେତ୍ରରେ ଢ଼ିଲା ନୀତି ଧରିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ । ତେବେ ଖୋଳତାଡ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କ ମୁହଁରେ ଯେଉଁ ଗ୍ରୀନ ଲେଜର ଲାଇଟ ଦେଖିବାକୁ ମିଳିଥିଲା ତାହା ଅସଲରେ କଂଗ୍ରେସ କ୍ୟାମେରାମ୍ୟାନଙ୍କ ମୋବାଇଲର ଲାଇଟ ଥିଲା । ତେବେ କଂଗ୍ରେସ ଗୃହ ମନ୍ତ୍ରାଳୟ ଏହି ଜବାବକୁ ପ୍ରତ୍ୟାଖାନ କରିଛି ଏବଂ ଗୃହ ମନ୍ତ୍ରାଳୟକୁ ଦଳ ପକ୍ଷରୁ ରାହୁଲଙ୍କ ସୁରକ୍ଷା ନେଇ କୌଣସି ପତ୍ର ଦିଆଯାଇ ନଥିଲା ବୋଲି ବରିଷ୍ଠ ନେତା ଅଭିଷେକ ମନୁ ସିଂଗଭୀ କହିଛନ୍ତି । ତେବେ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ପତ୍ର ନକଲି ଥିଲା କି ବୋଲି ପ୍ରଶ୍ନ କରାଯିବାରୁ ଏ ନେଇ ସେ କୌଣସି ସ୍ପଷ୍ଟ ଉତର ଦେଇ ନଥିଲେ ।