ଲଞ୍ଚ ଛାଡିଲେ ମାଓବାଦୀ

ଲଞ୍ଚ ଛାଡିଲେ ମାଓବାଦୀ

 ଲଞ୍ଚ ଛାଡିଲେ ମାଓବାଦୀ
ଚିତ୍ରକୋଣ୍ଡା: ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଭୋଟ ବର୍ଜନ କରିବା ପାଇଁ ମାଓବାଦୀମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଶୁକ୍ରବାର ଗୋଟିଏ ଲଞ୍ଚକୁ ଛାଡିଛନ୍ତି । ଫେରିଥିବା ଲଞ୍ଚରେ ଡ୍ରାଇଭର, ହେଲପର ଏବଂ ଖଲାସୀ ସୁରକ୍ଷିତ ଅଛନ୍ତି । ଏହି ଲଞ୍ଚରେ ଭୋଟ ବର୍ଜନ କରିବା ପାଇଁ ପୋଷ୍ଟର ଲାଗିଥିବା ଦେଖିବାକୁ ମଳିଛି । ଭୋଟ ବର୍ଜନ ପାଇଁ ଲଞ୍ଚ ଗୁଡିକୁ ଅଟକ ରଖାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହା ସହ ୩୧ ଦଫା ପୂରଣ ନହେବାରୁ ଲଞ୍ଚକୁ ଅଟକ ରଖାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ହୋଇଥିବା ବେଳେ ଏହାକୁ ବର୍ଜନ କରିବା ପାଇଁ ମାଓବାଦୀମାନେ ବୁଧବାର ଦିନ ୨ଟି ଲଞ୍ଚ ଅଟକ ରଖିଥିଲେ । ପରେ ଗତକାଲି ମଧ୍ୟ ଅନ୍ୟ ୨ଟି ଲଞ୍ଚ ଅଟକ ରଖିଛନ୍ତି । ଯନ୍ତ୍ରୀରେ ୨ଟି ଏବଂ ସିନ୍ଧିପୁଟରେ ୨ଟି ଲଞ୍ଚ ଅଟକ ଥିଲା। ଏହା ସହ ୪ଟି ଲଞ୍ଚର ଥିବା ମୋଟ ୧୨ ଜଣ କର୍ମଚାରୀଙ୍କୁ ମଧ୍ୟ ମାଓବାଦୀ ଅଟକ ରଖିଥିଲେ ।