ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ

ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ

ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ

ବୀରମିତ୍ରପୁର: ରାସ୍ତା ମରାମତି ପାଇଁ ରାସ୍ତା ଅବରୋଧ । ୩ କିମି ବ୍ୟାପୀ ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ମରାମତି ପାଇଁ ଶୁଣୁନି ପ୍ରଶାସନ । ଶେଷରେ ଆଜି ସକାଳୁ ରାସ୍ତାକୁ  ଓହ୍ଲାଇଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିକାଶ ମଞ୍ଚ । ମଞ୍ଚ ପକ୍ଷରୁ ଆଜି ସକାଳ ୬ଟାରୁ ୧୪୩ନଂ ଏନ୍ଏଚ୍ ବନ୍ଦ ଡାକରା ଦିଆଯାଇଥିବା ବେଳେ ତାହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବଳବତ୍ତର ରହିବ ।

ସୂଚନାଯୋଗ୍ୟ,  ଜାତୀୟ ରାଜପଥ ୧୪୩ ବୀରମିତ୍ରପୁର ତଳସେରାଠାରୁ ଝାରଖଣ୍ଡ ସୀମାନ୍ତ ପର୍ୟ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି କ୍ଷ ସହରବାସୀ ବାରମ୍ବାର ଏନଏଚଆଇ କର୍ତ୍ତୃପକ୍ଷଙ୍କ ନିକଟରେ ରାସ୍ତା ମରାମତି କରିବା ପାଇଁ ଦାବୀ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନହାନୀ ଘଟୁଛି। ଏଥିରେ ଅତିଷ୍ଠ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଏନ୍ଏଚ୍ ବନ୍ଦ ଡାକରା ଦିଆଯାଇଛି ।
ଫଳରେ ରାଜପଥର ଦୁଇ ପାର୍ଶ୍ଵରେ ହଜାର ହଜାର ଯାନବାହନ ଅଟକି ରହିଛି। କେବଳ ଅତି ଆବଶ୍ୟକ ଗାଡି ଗୁଡିକ ହିଁ ଛଡ଼ା ଯାଉଛି ।