ରାଜା ବିରୋଧରେ ଏନଏସଏ!

ରାଜା ବିରୋଧରେ ଏନଏସଏ!

ରାଜା ବିରୋଧରେ ଏନଏସଏ!
ଭୁବନେଶ୍ୱର: ‘ଦାଦାବଟିକୁ ନା’ ମିସନକୁ ନେଇ କମିସନରେଟ ପୁଲିସ ଦିନକୁ ଦିନ ଅଧିକରୁ ଅଧିକ କଠୋର ହେଉଛି । ଏହି ମିସନରେ ଗିରଫ ହେଉଥିବା ଅଭିଯୁକ୍ତଙ୍କ ବିରୋଧରେ ୧୧୦ ଓ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଭଳି ସଂଗୀନ ଦଫା ଲଗାଇବାକୁ ଯୋଜନା କରାଯାଇଛି । ଏହି ଯୋଜନାର ପ୍ରଥମ ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ କମିସନରେଟ ପୁଲିସ ୧୧୦ ଦଫା ଲଗାଇ ସାରିଛି । ରାଜା ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ତା ନାମରେ ୫୦ ରୁ ଊଦ୍ଧ୍ୱର୍ ମାମଲା ରହିଛି । ପ୍ରାୟ ସବୁ ଅପରାଧ ଗୁଡ଼ିକ ଯୋଗୁ ଜନସାଧାରଣ ଆତଙ୍କିତ ହୋଇଛନ୍ତି । ଏଣୁ ତା ବିରୋଧରେ ଏହି ଦଫା ଲାଗିଛି । ତେବେ ଏତିକିରେ କାର୍ଯ୍ୟାନୁଷ୍ଠାନ ସରିନାହିଁ, ତା ବିରୋଧରେ ଏନଏସଏ ଲାଗୁ ହେବ ବୋଲି ପ୍ରକି୍ରୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଏନଏସଏ ଲାଗି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।