ନୟାଗଡରେ ନସିଂହୋମ୍ ସିଲ

ନୟାଗଡରେ ନସିଂହୋମ୍ ସିଲ

ନୟାଗଡରେ ନସିଂହୋମ୍ ସିଲ
ଭୁବନେଶ୍ୱର: ନୟାଗଡ ସହରରେ ବେଆଇନ ଚାଲିଥିବା ଏକ ନସିଂହୋମକୁ ସିଲ କରାଯାଇଛି । ଏହି ନସିଂହୋମ କେବେ ଠାରୁ ଚାଲୁଥିଲା କାହାର ନଜର ନଥିଲା । କାଲି ରାତିରେ ଅଚାନକ ନୟାଗଡ ତହସିଲଦାର ଚଢାଉ କରି ସିଲ କରିଛନ୍ତି । ନସିଂହୋମରେ ବେଆଇନ ଭାବେ ଗର୍ଭପାତ କରାଯାଉଥିବା ଅଭିଯୋଗ ହୋଇଛି । ନସିଂହୋମର ୨ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।