ଲୋକନୀତି-ସିଏସଡିଏସ ଜନମତ ସର୍ଭେ, ବିହାରରେ ପୁଣି ଏନଡିଏ ସରକାର!

ଲୋକନୀତି-ସିଏସଡିଏସ ଜନମତ ସର୍ଭେ, ବିହାରରେ ପୁଣି ଏନଡିଏ ସରକାର!

ଲୋକନୀତି-ସିଏସଡିଏସ ଜନମତ ସର୍ଭେ, ବିହାରରେ ପୁଣି ଏନଡିଏ ସରକାର!
ପାଟନା: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ ରେ ଶେଷ ହେବ । ନଭେମ୍ବର ୧୦ରେ ଭୋଟ ଫଳାଫଳ ପ୍ରକାଶ ପାଇବ । ପ୍ରକାଶ ପାଇଥିବା ଲୋକନିତି ସିଏସଡିଏସ ଜନମତ ସର୍ଭେ ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପି୍ରୟତା କମିଥିଲେ ମଧ୍ୟ ଏନଡିଏ ପୁଣି ଥରେ କ୍ଷମତାକୁ ଆସିବ ଏବଂ ମହାମେଣ୍ଟ ବିପର୍ଯ୍ୟୟର ସମ୍ମୁଖୀନ ହେବ । ରାଜ୍ୟରେ ଭୋଟ ହେବାକୁ ଥିବା ୨୪୩ ଆସନରୁ ଏନଡିଏକୁ ୧୩୩ ରୁ ୧୪୪ ଆସନ ମିଳିବା ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ମହାମେଣ୍ଟକୁ ୮୮.୯୮ ଆସନ, ଏଲଜେପିକୁ ୨ ରୁ ୬ ଆସନ ଓ ଅନ୍ୟମାନଙ୍କୁ ୬ ରୁ ୧୦ ଆସନ ମିଳିବା ଅନୁମାନ କରାଯାଇଛି । ସର୍ଭେ ଅନୁଯାୟୀ ୩୧ ପ୍ରତିଶତ ଲୋକ ନୀତୀଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅନ୍ୟ ପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୨୭ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ତେବେ ସରକାରଙ୍କ କାମରେ ୫୨ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ଏବଂ ୪୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି । ଏଲଜେପି ନେତା ଚିରାଗ ପାଶୱାନଙ୍କୁ ୫ ପ୍ରତିଶତ ଏବଂ ବିଜେପି ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁଛନ୍ତି ।