ରାଜସ୍ଥାନରେ କାନ୍ଥ ଭୁଶୁଡି ଆଠ ମୃତ : ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ରାଜସ୍ଥାନରେ କାନ୍ଥ ଭୁଶୁଡି ଆଠ ମୃତ : ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ରାଜସ୍ଥାନରେ କାନ୍ଥ ଭୁଶୁଡି ଆଠ ମୃତ : ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା
ରାଜସ୍ଥାନ : ରାଜସ୍ଥାନ ଯୋଧପୁରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନ ଯୋଧପୁରସ୍ଥିତ ବସ୍ତି ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ଫାକ୍ଟ୍ରିର କାନ୍ଥ ଭୁଶୁଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଜଣାପଡିଛି । ଯେବେକି ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହା ସମ୍ପର୍କରେ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଚେଷ୍ଟା ଜାରି ରହିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।