ବିହାରରେ ଏନଡିଏ ମେଣ୍ଟକୁ ଜନାଦେଶ : ଏନଡିଏକୁ ୧୨୫, ମହାଗଠବନ୍ଧନକୁ ୧୧୦

ବିହାରରେ ଏନଡିଏ ମେଣ୍ଟକୁ ଜନାଦେଶ : ଏନଡିଏକୁ ୧୨୫, ମହାଗଠବନ୍ଧନକୁ ୧୧୦

ବିହାରରେ ଏନଡିଏ ମେଣ୍ଟକୁ ଜନାଦେଶ : ଏନଡିଏକୁ ୧୨୫, ମହାଗଠବନ୍ଧନକୁ ୧୧୦
ପାଟଣା : ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଆସିଛି । ଏନଡ଼ିଏକୁ ୧୨୫ ଆସନ ମିଳିଥିବାବେଳେ ମହାଗଠବନ୍ଧନକୁ ୧୧୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ବିହାରରେ ସରକାର ଗଢ଼ିବା ପାଇଁ ୧୨୨ ଆସନ ଆବଶ୍ୟକ ଥିବାବେଳେ ଏନଡ଼ିଏ ଏହାଠାରୁ ଅଧିକ ୩ ଆସନ ହାସଲ କରିଛି । ନିର୍ବାଚନ କମିଶନଙ୍କ ଚୂଡ଼ାନ୍ତ ତଥ୍ୟ ଅନୁଯାୟୀ, ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସର୍ବାଧିକ ୭୫ ଆସନରେ ବାଜିମାତ କରିଛି । ଯେତେବେଳେକି ମହାଗଠବନ୍ଧନର କଂଗ୍ରେସକୁ ୧୯, ସିପିଆଇଏମଏଲକୁ ୧୨, ସିପିଆଇକୁ ୨ ଓ ସିପିଆଇକୁ ୨ ଆସନ ମିଳିଛି । ଅପରପକ୍ଷରେ ଏନଡ଼ିଏରେ ବିଜେପିକୁ ସର୍ବାଧିକ ୭୪ ଆସନ ମିଳିଥିବାବେଳେ ଜେଡ଼ିୟୂକୁ ୪୩ ଆସନ ମିଳିଛି । ସେହିପରି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ୪ ଓ ବିକାଶଶୀଳ ଇନସାନ ପାର୍ଟିକୁ ୪ ଆସନ ମିଳିଛି । ଅପରପକ୍ଷରେ ଏଆଇଏମଇଆଇଏମକୁ ୫ ଆସନ ମିଳିଥିବାବେଳେ ବହୁଜନ ସମାଜ ପାର୍ଟିକୁ ୧, ଲୋକ ଜନଶକ୍ତି ପାର୍ଟିକୁ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୧ ଆସନରେ ବାଜିମାତ କରିଛନ୍ତି ।