ରାଜଧାନୀ ପାଇଁ ବିଏମସିର ନୂଆ ନିଦେ୍ର୍ଧଶନାମା, ବିବାହରେ ୧୦୦ ଜଣରୁ ଅଧିକ ମନା
ରାଜଧାନୀ ପାଇଁ ବିଏମସିର ନୂଆ ନିଦେ୍ର୍ଧଶନାମା, ବିବାହରେ ୧୦୦ ଜଣରୁ ଅଧିକ ମନା
admin
Nov 11, 2020 - 06:18
Updated: Nov 11, 2020 - 06:18
ଭୁବନେଶ୍ୱର: ଶୀତ ଆସୁଛି । ବିବାହ ତିଥି ବି ଅଛି । ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ । ତେବେ କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମସି ବିବାହ ଉତ୍ସବ ପାଇଁ ନୂଆ ନିଦେ୍ର୍ଧଶନାମା ଜାରି କରିଛି । ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯର୍୍ୟକ୍ରମରେ ୧୦୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଗତ ୬ ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ ୨୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ ବୋଳି ନିଦେ୍ର୍ଧଶନାମାରେ କୁହାଯାଇଛି । ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନସନ ହଲ ଓ ମ୍ୟାରେଜ ହଲ ପାଇଁ ବିଏମସି ବିସ୍ତୃତ ଗାଇଡଲାଇନ ଆଣିଛି । ବିବାହ ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ପୁଲିସ ଥାନା ଓ ବିଏମସିରୁ ଅନୁମତି ନେବାକୁ ପଡ଼ିବ । ସମସ୍ତ ବିବାହ ଶୋଭାଯାତ୍ରାକୁ ନିଷିଦ୍ଧ ଘୋଷଣା କରାଯାଇଛି । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ବିବାହ ହଲକୁ ପ୍ରବେଶ କରାଯିବନି । ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଏଭଳି ଲୋକ ସାମିଲ ନ ହେବାର କୁହାଯାଇଛି । ସେହିପରି ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ଶିଶୁଙ୍କ ସମେତ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଏହି କାର୍ଯ୍ୟକ୍ରମକୁ ଆସିବେନି । କାର୍ଯ୍ୟକ୍ରମ ଆୟୋଜନର ପ୍ରବେଶ ପଥରେ ସମସ୍ତ ଆଗନ୍ତୁକଙ୍କ ଥର୍ମାଲ ସ୍କି୍ରନିଂ ବ୍ୟବସ୍ଥା ରଖାଯିବ । ଉତ୍ସବରେ ସମସ୍ତଙ୍କ ଭିତରେ ୬ ଫୁଟ ବ୍ୟବଧାନ ରହିବ । ଖାଇବା ସମୟରେ ଛାଡ଼ି ବାକି ସମୟରେ ସମସ୍ତ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ଏହା ପରିସରରେ ପାନ, ଗୁଟଖା ଖାଈପାରିବେନି । ହାତ ସଫା ପାଇଁ ବ୍ୟବସ୍ଥା ସହ ହ୍ୟାଣ୍ଡ ସାନିଟାଇଜର ରହିବ ।